ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ : ଜୁଲାଇ ୨ରୁ ଖୋଲିବ

0
384
naveen patnaik
naveen patnaik
ଭୁବନେଶ୍ୱର : ଜୁଲାଇ ୨ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ।  ଜନସାଧାରଣମାନେ ଇମେଲ କିମ୍ବା ଡାକ ସାହାଯ୍ୟରେ ନିଜର ଅଭିଯୋଗ ପତ୍ର ପଠାଇପାରିବେ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ପ୍ରକୋଷ୍ଠ ଗୁଡିକ ଜୁଲାଇ ୨ ତାରିଖ ଦିନ ଖୋଲିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି ।

ସୂଚନଯୋଗ୍ୟ ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅପ୍ରେଲ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାସ୍ତରୀୟ ଅଭିଯୋଗ ସେଲ ଗୁଡିକ ବନ୍ଦ ରହିଥିଲା । ତେବେ ପୁଣି ଥରେ ଏହି ପ୍ରକୋଷ୍ଠମାନ ଖୋଲିବା ପରେ ପୁଣି ଥରେ ଜନସାଧାରଣମାନେ ଇମେଲ କିମ୍ବା ଡାକ ସାହାଯ୍ୟରେ ନିଜର ଅଭିଯୋଗ ପତ୍ର ପଠାଇପାରିବେ।