ଚାଷୀଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ

0
408
naveen patnaik
naveen patnaik
ଭୁବନେଶ୍ୱର : ଚାଷୀଙ୍କ ସମସ୍ୟା   ଶୁଣିଲେ ମୁଖ୍ୟମନ୍ତ୍ରୀ  । ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱାସନା ।  ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ।   ୩୧୪ଟି ବ୍ଲକର ଚାଷୀଙ୍କୁ ଦିଆଯିବ  ପ୍ରଶିକ୍ଷଣ ।

ରାଜ୍ୟରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ଲାଗି ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବୁଧବାର ସ୍ଥାନୀୟ ଓୟୁଏଟି ଡଃ ସ୍ୱାମୀନାଥନ ହଲରେ ଏହି ଚାଷୀ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଦୈନିକ ପ୍ରତି ପଞ୍ଚାୟତରୁ ୨ ଜଣ ହିସାବରେ ୬,୭୯୮ ଗ୍ରାମ ପଞ୍ଚାୟତର ୧୩, ୫୯୬ ଜଣ କୃଷକ  ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦିନ ଗୋଟିଏ ବ୍ଲକର ଅନ୍ୟୁନ ୪୦ ରୁ ୫୦ ଜଣ କୃଷକଙ୍କ ପାଇଁ ଅନୁଷ୍ଠିତ ହେବ ଏହି ସଚେତନତା କାର୍ଯ୍ୟକ୍ରମ। କୃଷକମାନଙ୍କୁ ଆଧୁନିକ ବୈଷୟିକ କୃଷି ଜ୍ଞାନକୌଶଳ ସହିତ ବିଭିନ୍ନ କୃଷି ସମ୍ପର୍କୀତ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସଚେତନତା କରାଯିବ । ପ୍ରଶିକ୍ଷିତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ।

ତେବେ ଆଜିର ପ୍ରଥମ ଦିନରେ ବଲାଙ୍ଗୀର ଜିଲ୍ଲାର କେତୋଟି ବ୍ଲକର ୫୬ ଜଣ ଚାଷୀ ତାଲିମ ନେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାରେ ଚାଷୀଙ୍କ ସମସ୍ୟା କଥା ଶୁଣିଥିଲେ। ଚାଷୀମାନେ ଅଭାବୀ ବିକ୍ରି ଓ ଶୀତଳ ଭଣ୍ଡାର କଥା କହିବା ସହ ଅନ୍ୟାନ୍ୟ ସମସ୍ୟା କଥା ଉଠାଇଥିଲେ। ତେବେ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବା ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।