‘ପରୀ ରଥ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0
298
cm inagurated pari rath
cm inagurated pari rath

ଭୁବନେଶ୍ୱର : ଶିଶୁ ଯୌନ ନିର୍ଯ୍ୟାତନା ଦିଗରେ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ ରଥ’ର ଶୁଭାରମ୍ଭ କରିଛନ୍ତି । ୧୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଅଭିଯାନରେ ୧୫ଟି ପରୀ ରଥ ସମସ୍ତ ଜିଲ୍ଲା ପରିକ୍ରମା କରିବ ଏବଂ ସଚେତନତା ବାର୍ତ୍ତା ଦେବ ।

ରାଜ୍ୟରେ ଶିଶୁ ଯୌନ ନିର୍ଯ୍ୟାତନା ଦୂର କରିବାକୁ ଓଡ଼ିଶା ପୋଲିସ ଓ ୟୁନିସେଫର ମିଳିତ ସହଯୋଗରେ ଆରମ୍ଭ ହୋଇଛି ‘ପରି ପାଇଁ କଥାଟିଏ’ କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ ରଥ’ର ଶୁଭାରମ୍ଭ କରିଛନ୍ତି । ୧୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଅଭିଯାନରେ ୧୫ଟି ପରୀ ରଥ ସମସ୍ତ ଜିଲ୍ଲା ପରିକ୍ରମା କରିବ ଏବଂ ସଚେତନତା ବାର୍ତ୍ତା ଦେବ ।

ଶିଶୁ ଯୌନ ନିର୍ଯ୍ୟାତନା ଦିଗରେ ସଚେତନତା ପାଇଁ ପରିବାର, ଗୋଷ୍ଠୀ ଓ ଶିକ୍ଷକ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଏଥିପାଇଁ ପରୀ ରଥର ଶୁଭାରମ୍ଭ ହୋଇଛି । ପ୍ରତ୍ୟେକ ଜିଲ୍ଲାରେ ଏସପି ଏବଂ ଜିଲ୍ଲାପାଳ ଏହି ଅଭିଯାନର ନେତୃତ୍ୱ ନେବେ । ପ୍ରତ୍ୟେକ ପରୀ ରଥରେ ଜିଲ୍ଲା ପୋଲିସର ୪ଜଣ ଅଫିସର ରହିବେ । ପରୀ ରଥ ବା ପରୀ ଏକ୍ସପ୍ରେସ ଏକ ନିର୍ଦ୍ଧାରିତ ରୁଟ ଦେଇ ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ ସ୍ଥାନ ଗୁଡ଼ିକରେ ପହଂଚିବ । ବିଭିନ୍ନ ସ୍ଥାନରେ ଜନସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟରେ ଶିଶୁ ଯୌନ ନିର୍ଯ୍ୟାତନା ରୋକିବାକୁ ସଚେତନ କରାଯିବ ।

ଏହି ଅବସରରେ ପୋଲିସ ଡିଜି ଆର୍‌ ପି ଶର୍ମା, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭୁବନେଶ୍ୱର ମେୟର ଓ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।