ଭୁବନେଶ୍ୱରରେ ଏମଓୟୁ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

0
458
cm naveen patnaik
cm naveen patnaik
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଆଧୁନିକରଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସାନି ଏମ୍‌ଓୟୁ କରିବାକୁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଚିଠି ଲେଖିଛନ୍ତି ।  ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଏମଓୟୁ ସ୍ୱାକ୍ଷର କରିବାକୁ ତାଙ୍କ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଆଧୁନିକରଣ ନେଇ ରାଜ୍ୟ ଓ କେନ୍ଦ୍ର ରେଳ ବିଭାଗର ମଧ୍ୟରେ ହେବାକୁ ଥିବା ଏମ୍‌ଓୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳ ଉନ୍ନତିକରଣ କାର୍ୟ୍ୟ ଦୁଇଟି ନୁହେଁ ବରଂ ଗୋଟିଏ ପର୍ଯ୍ୟାୟରେ କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସାନି ଏମ୍‌ଓୟୁ କରିବାକୁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଚିଠି ଲେଖିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ଅନ୍ତର୍ଜାତୀୟ ସୁବିଧା ସୁଯୋଗ ସହିତ ଆଧୁନିକରଣ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାର ଥିଲା । ଜାନୁୟାରୀ ୨୦ରେ ଚୁକ୍ତି ହୋଇଥାଆନ୍ତା କିନ୍ତୁ ଏହା ହୋଇ ନାହିଁ । ଏହା ଯୋଗୁଁ କାର୍ୟ୍ୟରେ ବିଳମ୍ବ ହୋଇଛି । ଦୁଇଟି ପର୍ୟ୍ୟାୟରେ ହେବାକୁ ଥିବା ବେଳେ ଏହାକୁ ଗୋଟିଏ ପର୍ୟ୍ୟାୟରେ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ତେଣୁ ରାଜ୍ୟ ସରକାର ସଂଶୋଧିତ ପ୍ରସ୍ତାବ ଦେଇଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ମଧ୍ୟ କରିବେ । ଯେହେତୁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ରହିଛି ରାଜ୍ୟ ସରକାର ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ୍ କରିବା ପାଇଁ ଏହାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରସ୍ତୁତ । ଏଥିପାଇଁ ଖୁବ୍ ଶୀଘ୍ର ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଏମଓୟୁ ସ୍ୱାକ୍ଷର କରିବାକୁ ତାଙ୍କ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।