ଏକତ୍ର ନିର୍ବାଚନକୁ ମୁଖ୍ୟମନ୍ତ୍ରୀଙ୍କ ହଁ

0
426
naveen
naveen
ଭୁବନେଶ୍ବର : ଦେଶରେ ଏକତ୍ର ନିର୍ବାଚନ କରିବା ପ୍ରସ୍ତାବକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ଷତମାମ ନିର୍ବାଚନ ଲୋକଙ୍କ ପାଇଁ କାମରେ ବ୍ୟାଘାତ ହେଉଅଛି।

ଲୋକସଭା ଓ ବିଧାନସଭା ନିର୍ବାଚନ ଏକତ୍ର କରିବା ନେଇ ଦେଶରେ ବିତର୍କ ଜାରି ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହଁରେ ହଁ ମିଶେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ସାରା ଦେଶରେ ଏକତ୍ର ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ଶ୍ରୀ ପଟ୍ଟନାୟକ ସମର୍ଥନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ । ବର୍ଷତମାମ ନିର୍ବାଚନ ଲୋକଙ୍କ ପାଇଁ କାମରେ ବ୍ୟାଘାତ ହେଉଅଛି। ଏକତ୍ର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲକୁ ଆମେ ସମର୍ଥନ କରୁଛୁ ।

ଏଠାରେ ଉଲ୍ଲଖେଯୋଗ୍ୟ, ପ୍ରଧାନମନ୍ତ୍ରୀ ଦେଶରେ ଏକତ୍ର ନିର୍ବାଚନ କରିବା ନେଇ ଜୋରସର ପ୍ରୟାସ କରୁଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ ଏକକ ନିର୍ବାଚନକୁ ସମର୍ଥନ ଦେଇଛି। ଏକତ୍ର ନିର୍ବାଚନ ହେଲେ ଦେଶର ନିର୍ବାଚନୀ ଖର୍ଚ୍ଚ ହ୍ରାସ ପାଇବା ସହିତ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମୋଦୀ କହିସାରିଛନ୍ତି ।