ପିଆଜ ଦର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

0
383
onion price hike
onion price hike
ଭୁବନେଶ୍ୱର : ପିଆଜ ଦର ଆଗାମୀ ୧୫ ଦିନ ମଧ୍ୟରେ ହ୍ରାସ ପାଇବ। ରାଜ୍ୟରେ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 ରାଜ୍ୟରେ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପିଆଜର ଦର କମ୍ ରହିଛି । ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ପିଆଜର ଦର ହ୍ରାସ ପାଇବ। ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ଏଭଳି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  ସୂର୍ଯ୍ୟ ନାରାୟଣ ପାତ୍ର ।

ବର୍ତ୍ତମାନ ରାଜ୍ୟରେ ପିଆଜ ଦର କିଲୋ ପ୍ରତି ୨୨ ଟଙ୍କା ରହିଛି । ଏହି ପିଆଜ ମହାରାଷ୍ଟ୍ରର ନାଗପୁରରୁ ଆସୁଛି। ଉକ୍ତ ମଣ୍ଡିରେ ପିଆଜ କିଲୋ ପ୍ରତି ୧୨ ରୁ ୧୩ ଟଙ୍କାରେ ବିକ୍ରି ହେଉଛି । ତାକୁ ଏଠାକୁ ଆଣିବା ପାଇଁ କିଲୋ ପ୍ରତି ୪ରୁ ୫ ଟଙ୍କା ପଡୁଛି । ଏହି ଦର କେବଳ ଓଡିଶାରେ ବଢିନାହିଁ । ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ପିଆଜ ଦର ଅଧିକ ରହିଛି । ଚେନ୍ନାଇ ଓ ମୁମ୍ବାଇରେ ପିଆଜ କିଲୋ ପ୍ରତି ୨୪ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋଲକାତାରେ ୨୫ ଓ ଦିଲ୍ଲୀରେ ୩୦ ଟଙ୍କାରେ ବିକ୍ରି ହେଉଛି । ଖୁଚୁରା ବେପାରୀ ମାନେ ୨ ଟଙ୍କା ଲାଭରେ ବିକ୍ରି କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ କଂଟ୍ରୋଲ ଅର୍ଡର ଲାଗୁ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । କଟକର ବ୍ୟବସାୟୀ ମାନେ ସର୍ବାଧିକ ୫୦୦ କ୍ୱିଣ୍ଟାଲ  ପର୍ଯ୍ୟନ୍ତ ପିଆଜ ମହଜୁଦ ରଖିପାରିବେ। ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହର ମାନଙ୍କରେ ହୋଲସେଲ୍ ବ୍ୟବସାୟୀ ମାନେ ୩୫୦ କ୍ୱିଣ୍ଟାଲରୁ ଅଧିକ ପିଆଜ ମହଜୁଦ୍ ନରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବାଦ୍ ଅନ୍ୟାନ୍ୟ ସହର ଗୁଡିକରେ ୧୫୦ କ୍ୱିଣ୍ଟାଲ ପିଆଜ ମହଜୁଦ ରଖିହେବ।