ତୈଳଦର ବୃଦ୍ଧି : ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଧାରଣା

0
438
congress protest
congress protest
ଭୁବନେଶ୍ୱର :  ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ଓଡିଶା କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ରାଜଧାନୀ ଭୂବନେଶ୍ୱର ର ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବା ସହ ତ୍ରେଳ ଦର ହ୍ରାସ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି ।

ଦେଶରେ ୧୨ ଦିନଧରି କ୍ରମାଗତ ଭାବେ ତୈଳ ଦର ବଢ଼ିବାରେ ଲାଗିଛି । ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମନରେ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଟିକସ୍ କମାଇବାକୁ ନେଇ କିଛି ଦିନ ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ଦୋଷ ଲଦାଲଦି ହେଉଥିବା ଦେଥିବାକୁ ମିଳିଛି । ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୮ ତାରିଖରୁ ତିନି ଦିନ ଯାଏଁ ବିଜେଡି ରାଜ୍ୟର ପ୍ରତ୍ୟେକ ବ୍ଲକର ପେଟ୍ରୋଲ ପମ୍ପ ସାମ୍ନାରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବ ବୋଲି କହିସାରିଥିବା ବେଳେ ଆଜି ଓଡିଶା କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ରାଜଧାନୀ ଭୂବନେଶ୍ୱର ର ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବା ସହ ତ୍ରେଳ ଦର ହ୍ରାସ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୁମ୍ଭିର କାନ୍ଦଣା ବନ୍ଦକରି ଜନତାଙ୍କ ବିହିତ ସ୍ୱାର୍ଥ ପାଇଁ ତ୍ରଳ ଦର ଉପରେ ଲାଗୁଥିବା ଟିକସ୍ କମାଇବା ଓ ପେଟ୍ରୋଲ ,ଡିଜେଲକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଦୁଇଘଂଟା ଧରି ଜାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପିସିସି ସଭାପତିଙ୍କ ସମେତ ପିସିସି ଉପସଭାପତି ଚିରଞ୍ଜିବୀ ବିଶ୍ୱାଳ ,ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଓ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ ।