ସବୁ ବ୍ଲକରେ ଖୋଲିବ କୋର୍ଟ : ଆଇନ ମନ୍ତ୍ରୀ

0
437
min pratap jena
min pratap jena
ଭୁବନେଶ୍ୱର :  ଖୁବ ଶିଘ୍ର ରାଜ୍ୟର ପ୍ରତ୍ୟେକ ବ୍ଲକରେ କୋର୍ଟ ଖୋଲାଯିବ ଏବଂ ପଂଚାୟତ ଜରିଆରେ ଆଇନଜୀବିଙ୍କୁ ନିଯୁକ୍ତି କରାଯାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ରବିବାର ସୂଚନା ଦେଇଛନ୍ତି ।

ଜଷ୍ଟିସ ଇନ ଦ ଡୋର ଷ୍ଟେପ୍ । ଅର୍ଥାତ ପ୍ରତି ଦ୍ୱାର ମୁହଁରେ ଆଇନ ସେବା ପହଂଚାଇ ଦିଆଯିବ । ବିଜେଡ଼ିର ଆଇନଜୀବି ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଯେତେ ଶିଘ୍ର ଲୋକଙ୍କୁ ନ୍ୟାୟ ମିଳିବ ଆମେ ଚେଷ୍ଟା କରିବୁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତି ପଂଚାୟତରେ ଆଇନଜୀବି ନିଯୁକ୍ତି କରାଯିବ ଏବଂ ସବୁ ବ୍ଲକରେ କୋର୍ଟ ସ୍ଥାପନା କରାଯିବ । ଆଇନଜୀବି ସାମ୍ମୁଖ୍ୟ ଜରିଆରେ ଲୋକଙ୍କୁ ନ୍ୟାୟ ଦେବାର ପ୍ରୟାସ ଜାରୀ ରହିବ ବୋଲି ଆଇନ ମନ୍ତ୍ରୀ ସୂଚାଇଥିଲେ ।