ମମତାଙ୍କ ସହ ହାତ ମିଶାଇବନି ସିପିଆଇଏମ : ସୀତାରାମ ୟେଚୁରୀ

0
353
sitaram yetchury
sitaram yetchury
କୋଲକାତା  : ପଶ୍ଚିମବଙ୍ଗରେ ସିପିଆଇଏମ୍ ତୃଣମୂଳ କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି ଏହାର ମହାସଚିବ ସୀତାରାମ ୟେଚୁରୀ ସ୍ପଷ୍ଟ କରିଦେଇଛନ୍ତି ।
ଭାରତୀୟ ଜନତାପାର୍ଟିକୁ ରୋକିବା ପାଇଁ ସିପିଆଇଏମ୍ ତୃଣମୂଳ କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି ପୁଣି ଥରେ ଏହାର ମହାସଚିବ ସୀତାରାମ ୟେଚୁରୀ ସ୍ପଷ୍ଟ କରିଦେଇଛନ୍ତି । ସୀତାରାମ କହିଛନ୍ତି ଯେ ଦେଶରେ ଭାଜପାକୁ ରୋକିବା ପାଇଁ ବିରୋଧୀ ଏକତା ନାମରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହିତ ହାତ ମିଶାଇବାର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରି ଚାଲିଛି । ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ମାଟିରୁ ତୃଣମୂଳ କଂଗ୍ରେସକୁ ଯେଭଳି ଭାବେ ହେଉନା କାହିଁକି ବିଦା କରାଯିବ ବୋଲି ୟେଚୁରୀ କହିଛନ୍ତି । ଆଜି କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ ବିରୋଧୀ ଦଳ ନିଜ ଏକତା ପ୍ରଦର୍ଶନ କରିବାକୁ ଯାଉଥିବାବେଳେ ସୀତାରାମଙ୍କ ଏଭଳି ବୟାନ ମମତା ଓ ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନର ବେଲୁନରେ କଣ୍ଟା ଫୋଡ଼ି ଦେଲା ଭଳି ହୋଇଛି । ତୃଣମୂଳ ହଟାଅ ବଙ୍ଗାଲ ବଂଚାଓ ବୋଲି ଦୋହରାଇ ସୀତାରାମ ବିରୋଧି ଏକତା ମଧ୍ୟରେ ଥିବା ବିବାଦକୁ ମଧ୍ୟ ସୂଚାଇଛନ୍ତି ।