ଯାଜପୁର : ଟିଟୋକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଞ୍ଚ । ଏନକାଉଣ୍ଟରରେ ଟିଟୋ ଗୁରୁତର ହୋଇଥିବାବେଳେ ତାକୁ ଜିଲ୍ଲାର ବଡଚେଣା ମେଡିକାଲରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡା ଜିଲ୍ଲାର ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଚଣ୍ଡିଖୋଲ ନିକଟରେ କ୍ରାଇମବ୍ରାଞ୍ଚ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ଟିଟୋ ଗୁରୁତର ହୋଇଥିବାବେଳେ ତାକୁ ଜିଲ୍ଲାର ବଡଚେଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଏସଟିଏଫ ଜିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।
କେନ୍ଦ୍ରାପଡାର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଜଣାଶୁଣା ଟିଟୋ ନାଁରେ ବହୁ ଟେଣ୍ଡର ଫିକ୍ସି, ଡକାୟତି, ହତ୍ୟା କରିବା ଭଳି ଅନେକ ଅପରାଧ ମାମଲାରେ ସପୃକ୍ତି ରହିଛି। ତେବେ ଟେଣ୍ଡର ପକାଇବା ନେଇ ଗତ ମାର୍ଚ୍ଚ ୨୯ ତାରିଖରେ କଟକ ଜଗତପୁରରେ ଅବଦୁର ରେହମାନର ଭାଇକୁ ହୋଇଥିବା ଗୁଳିକାଣ୍ଡରେ ଟିଟୋର ଲିଙ୍କ୍ ଥିବା ପୋଲିସ କହିଛି। ପୋଲିସ ହାବୁଡରେ ପଡୁନଥିବା ଟିଟୋକୁ ଆଜି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ କେନ୍ଦ୍ରାପଡ଼ା ଦିଲାରପୁର ଘରୁ ଉଠାଇନେଇଥିଲା ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।