ଆଇନଜୀବୀଙ୍କୁ ମାଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

0
365
crime branch probe to lawyer beating case
crime branch probe to lawyer beating case
କଟକ : ଆଇନଜୀବୀଙ୍କୁ ମାଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।  ଏହି  ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଡିଏସପି ସ୍ତରର ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ହେବା ନେଇ ନିର୍ଦ୍ଦେଶ  ଦିଆଯାଇଛି ।

କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ ଅଭିଯୋଗ ଘଟଣାର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ମାନ୍ୟବର ହାଇକୋର୍ଟ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଟକ ହାଇକୋର୍ଟର ଓକିଲ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ନେଇ ଚାଉଳିଆଗଞ୍ଜ ଥାନାରେ ଅଗଷ୍ଟ ୨୮ରେ ଏତଲା ଦିଆଯାଇଥିଲା । ଏହାର ପ୍ରତିବାଦରେ ଓକିଲ ସଂଘ ଅଗଷ୍ଟ ୨୯ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। କଟକ ହାଇକୋର୍ଟ ବାର୍ ଆସୋସିଏନ ପକ୍ଷରୁ ମଧ୍ୟ ବନ୍ଦ ଡକରା ଦିଆଯାଇଥିଲା ।

ଏହି ଘଟଣା ପରେ ସଂପୃକ୍ତ ଥିବା ତିନିଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରିବାକୁ ଓକିଲ ସଂଘ ଦାବି କରିଥିଲା । ତେବେ ଏହି ମାମଲାରେ ଆସନ୍ତାକାଲି ଅପରାହ୍ନ ୧ଟାରେ ସାଧାରଣ ପରିଷଦ ବୈଠକ ହେବାର ସ୍ଥିର ହୋଇଥିବା ବେଳେ ପରବର୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବା ନେଇ ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।