ପୋଲିସ ଏନ୍‌କାଉଣ୍ଟର୍‌ :ଦୁର୍ଦ୍ଦାନ୍ତ ବସିର ଆହତ

0
330
encounter in ctc
encounter in ctc
କଟକ : କଟକରେ ପୁଣି ଏକ ଏନ୍‌କାଉଣ୍ଟର ।  ପୋଲିସ ଏନକାଉଂଟରରେ  ଆହତ ହୋଇଛି  ଦୁର୍ଦ୍ଦାନ୍ତ ଅପରାଧୀ ବସିର ଖାନ ।  ୩ ଟି ବୋମା ସହ ମୋବାଇଲ ଜବତ କରିଛିପୋଲିସ ।
ଅପରାଧୀଙ୍କୁ ଧରିବାକୁ  କଟକରେ ଗତକାଲି ରାତିରେ ପୁଣି ଏକ ଏନ୍‌କାଉଣ୍ଟର କରିଛି ପୋଲିସ। ସଦର ଥାନା ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବସିର ଖାନ ଆହତ ହୋଇଛି । ଏହା ସଦର ଥାନା ପୋଲିସର ୧୭ ନମ୍ବର ଏନକାଉଂଟର ହୋଇଥିବା ଜଣାପଡିଛି ।  ଏନ୍‌କାଉଣ୍ଟର୍‌ ସମୟରେ ବସିରର ଡାହାଣ ଗୋଡରେ ଗୁଳି ବାଜିଥିବାବେଳେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ତାକୁ ଧରିବାକୁ ଯାଇଥିବାବେଳେ ସେ ପୋଲିସ ଉପରକୁ ଦୁଇଟି ବୋମାମାଡ କରିଥିଲା ଫଳରେ ଜଣେ ଥାନା ଅଧିକାରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ପୋଲିସ ବସିରକୁ ଗିରଫ କରିବା ସହ ୩ ଟି ବୋମା ସହ ମୋବାଇଲ ଜବତ କରିଛି । ବସିର ବହୁ ଅପରାଧରେ ସଂଶ୍ଲିଷ୍ଟ ରହିଥିବାବେଳେ ତାଙ୍କ ନାଁରେ ଏକାଧିକ ମାମଲା ରହିଥିବା ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବସିର ସହଯୋଗୀ କାବୁଆ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲା। କାବୁଆର ବାମ ଗୋଡ଼ରେ ଗୁଳି ବାଜିଥିଲା । କୁରୁଣ୍ଟି ଗାଁରେ ପୋଲିକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲା କାବୁଆ। କାବୁଆଠାରୁ ଗୋଟିଏ ବନ୍ଧୁକ, ୨ ଗୁଳି, ଗୋଟିଏ ଖୋକା ଜବତ କରାଯାଇଥିଲା ।