ଏନକାଉଣ୍ଟରରେ ଅପରାଧୀ ସର୍ବେଶ୍ୱର ଗୁରୁତର

0
369
police encounter
police encounter
ପୁରୀ : ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଗୁରୁତର ହୋଇଛି ।  ପୋଲିସ ଏହି ଗୁଳି, ଗାଡି ଓ ପିସ୍ତଲକୁ ଜବତ କରିଛି ।

ପୁରି ଜିଲ୍ଲା ପିପିଲି ଥାନା କଂଟି ନିକଟ ନିଜିଗଡ଼କୁରୁକିଠାରେ ପୋଲିସ ଏନକାଉଂଟର କରିଛି । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଗୁରୁତର ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ କଟକ ସ୍ଥାନାନ୍ତର କରାଯାଇଛି । ସର୍ବେଶ୍ୱରର ଘର ପୁରୀର ଗୋଖା ଅଂଚଳରେ ହୋଇଥିବା ଜଣାପଡିଛି ।

ଗତକାଲି ରାତିରେ ପିପିଲି ଆଇଆଇସିଙ୍କ ନେତୃତ୍ୱରେ ସର୍ବେଶ୍ୱରକୁ ଧରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସେ ଧରା ନ ପଡ଼ିବାରୁ ପୋଲିସ ତା ଉପରକୁ ଗୁଳି କରିଥିଲା । ତା’ର ଗୋଡ଼ରେ ଗୁଳି ବାଜିଥିଲା । ତେବେ ଏହି ସମୟରେ ତା’ର ଜଣେ ସହଯୋଗୀ ରାଜେଶ ପାତ୍ର ଫେରାର ହୋଇଯାଇଥିଲା । ପୋଲିସ ଏହି ଗୁଳି, ଗାଡି ଓ ପିସ୍ତଲକୁ ଜବତ କରିଛି । ଏକାଧିକ ଅପରାଧରେ ସର୍ବେଶ୍ୱର ସାମିଲ ରହିଥିବାବେଳେ ପୁରୀର ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ ଘଟଣାରେ ମଧ୍ୟ ତାର ସଂପୃକ୍ତି ରହିଥିବା ସୂଚନା ମିଳିଛି ।