ଝଡତୋଫାନ, ୫୦ ଫୁଟ ଉପରକୁ ଉଡିଗଲା ଟ୍ରାକ୍ଟର

0
384
cyclonic storm
cyclonic storm
କେନ୍ଦ୍ରାପଡା : ପ୍ରବଳ ଘୂର୍ଣ୍ଣିଝଡରେ ଏକ ଟ୍ରାକ୍ଟର ୫୦ ଫୁଟ ଉପରକୁ କିଛି କ୍ଷଣ ପାଇଁ ଉଡିଯାଇଥିଲା  ।  ଝଡତୋଫାନରେ  ୨୨ଟି ଘରର ଛପର  ଉଡିଯାଇଥିବା ସୂଚନା ମିଳିଛି।

ପ୍ରବଳ ଘୂର୍ଣ୍ଣିଝଡ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ୨୨ଟି ଘରର ଛପର ଉଡିଯାଇଥିବା ସୂଚନା ମିଳିଛି। ଏପରିକି ପବନର ବେଗ ଏତେ ଯୋରରେ ଥିଲା ଯେ ଏକ ଟ୍ରାକ୍ଟର ୫୦ ଫୁଟ ଉପରକୁ କିଛି କ୍ଷଣ ପାଇଁ ଉଡିଯାଇଥିଲା ବୋଲି ଜଣାପଡ଼ିଛି। ସେହିପରି ସେଠାରେ ଝଡତୋଫାନରେ ଅମିୟପାଳ ପଞ୍ଚାୟତ ମହାନଙ୍ଗଳା ଗାଁର ୩ ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରବଳ ଜୋରରେ ପବନ ବୋହିବାରୁ ଅନେକ ଚାଳ ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ସୂଚନା ମିଳିଥିବା ବେଳେ ପବନର ବେଗ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଏଠାରେ ପ୍ରକାଶ ଥାଉ କି, ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବିମାନେ ନ ଯିବା ପାଇଁ ସତର୍କ କରାଯାଇଛି । ସେହିପରି ଯେଉଁମାନେ ବର୍ତମାନ ସମୁଦ୍ରକୁ ଯାଇଛନ୍ତି, ସେମାନେ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଲଘୁଚାପ ପ୍ରଭାବରେ ୨୧ ତାରିଖରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା , ବାଲେଶ୍ୱର, ଭଦ୍ରକ, ଯାଜପୁର,ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ , କନ୍ଧମାଳ ,ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ,କଳାହାଣ୍ଡି, କୋରାପୁଟ ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ୨୨ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ ।