ବିଜେଡିରୁ ଦାମ ବହିଷ୍କୃତ

0
471
dama dismissed
dama dismissed

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ତଥା ବିଜେଡିକୁ ଅଡୁଆରେ ପକାଉଥିବା ଦାମୋଦର ରାଉତଙ୍କୁ ବହିଷ୍କୃତ କରିଛନ୍ତି ଦଳର ସୁପ୍ରିମୋ ବିଜେଡି ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି।

ଦାମଙ୍କୁ କେମିତି ଦଳରୁ ବହିଷ୍କାର କରାଯିବ ତାର ନେତୃତ୍ୱ ନେଇଥିଲେ ବିଷ୍ଣୁ ଦାସ। ଗତ ଦୁଇ ଦିନ ମଧ୍ୟରେ ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଦଳ ସଭାପତିଙ୍କ ନିକଟରେ ଫେରାଦ ହୋଇ  ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଥିଲେ।

ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। ଏହା ପରେ ଦାମଙ୍କୁ ଦଳରୁ ବହିଷ୍କାର ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା।ଶେଷରେ ଦଳରୁ ବହିଷ୍କାର ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ।

ଏହା ପୂର୍ବରୁ ବ୍ରାହ୍ଣଣ ବିରୋଧୀ ମନ୍ତବ୍ୟ ଦେଇ କାରଣରୁ ଦାମଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। କେବଳ ଏତିକି ନୁହେଁ ତାଙ୍କୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଯାଇଥିଲା। କିନ୍ତୁ ଏବେ ଓମଫେଡ୍ ଦୁର୍ନିତୀ, ସମବାୟ ବ୍ୟାଙ୍କ ଘୋଟାଲା ଓ ଚାରା ଘୋଟାଲାକୁ ନେଇ ଖୁଲାସା କରିବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ବିଗତ ଦିନରେ ସେ ସରକାର, ମନ୍ତ୍ରୀ ଓ ଅଫିସର ବିରୋଧରେ ଦୁର୍ନିୀତି ଅଭିଯୋଗ ନେଇ ସରକାର ତଥା ଦଳକୁ ହରଡଘଣାରେ ପକଉଥିଲେ । ଏପରିକି ରୋକଠୋକ ଶବ୍ଦରେ ଦଳୀୟ ନେତାଙ୍କୁ ସମାଲୋଚନା କରି ଆହ୍ୱାନ ଦେଇଥିଲେ। ଦାମଙ୍କ ଏତାଦୃଶ୍ୟ ଦଳ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲେ।

ତୃତୀୟ ମହଲାର ଅଫିସର ତ କେବେ ମନ୍ତ୍ରୀଙ୍କୁ ନେଇ କରୁଥିବା ଦୁର୍ନୀତିର ଖୁଲାସା ଦଳକୁ ଅଣନିଶ୍ୱାସୀ କରିପକାଇଥିଲା । ଏହି କ୍ରମରେ ସେ ଦଳ ପାଇଁ ଏକପ୍ରକାର କଣ୍ଟା ସାଜିବା ସହ ବିରୋଧୀ ଦଳର ହାତବାରିଷୀ ସାଜିଥିଲେ। ତାଙ୍କର ବୟାନକୁ ନେଇ ବିରୋଧୀ ସରକାରଙ୍କ ଉପରେ ଭାରି ପଡିଥିଲା ।