ଚାରା ଦୁର୍ନୀତିକୁ ନେଇ ସରକାରଙ୍କୁ ଦାମଙ୍କ ଟାର୍ଗେଟ

0
425
dama dismissed
dama dismissed

ଭୁବନେଶ୍ୱର : ରାଜ୍ୟରେ ଚାରା ଦୁର୍ନୀତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତ । ଚାରାରେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କୃଷି ବିଭାଗ ସ୍ୱୀକାର କରିବା ପରେ ଡା ରାଉତ ସରକାରଙ୍କୁ ଘେରିବା ସହ ୧୦୦ କୋଟିର ଦୁର୍ନୀତି ହୋଇଥିବା ଦମ୍ଭୋକ୍ତିର ସହ କହିଛନ୍ତି ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ଚାରା କିଣା ବାବଦରେ ଅର୍ଥ ଦିଆଯାଇଥିଲେ ହେଁ ଚାରା କିଣା ଯାଇ ନଥିଲା । କେବଳ କାଗଜ କଲମରେ ଦର୍ଶାଯାଇଥିଲା । ମୟୁରଭଞ୍ଜ ଜିଲ୍ଲାରେ ଗଛ ମୂଳରେ ସାର ଦେବାକୁ ୫୯ କୋଟି ଟଙ୍କାର ଅର୍ଗାନିକ ସାର ଆସିଥିଲା । କିନ୍ତୁ ଚାରା ଲଗାଯାଇ ନଥିଲା । ମୟୁରଭଞ୍ଜ ଜିଲ୍ଲାରେ ଏହି ଦୁର୍ନୀତି ଅଧିକ ହୋଇଥିବା ବେଳେ ଅନ୍ୟ ଜିଳ୍ଲାରେ ମଧ୍ୟ ଦୁର୍ନୀତି ହୋଇଥିବା ଡା ରାଉତ କହିଛନ୍ତି । ସେ ମନ୍ତ୍ରୀ ଥିବା ବେଳେ ଏହି ଘଟଣାର ତଦନ୍ତ କରାଇ ସଂପୃକ୍ତ ଜଣଙ୍କୁ ନିଲମ୍ବନ କରିଥିଲେ । ମାତ୍ର ସଂପୃକ୍ତ ବ୍ୟକ୍ତି ଗଡ ଫାଦରଙ୍କ ପାଖରେ ପହଂଚି ନିଜକୁ ସୁରକ୍ଷା କରିବାରେ ସଫଳ ହୋଇଥିଲେ ବୋଲି ଡା ରାଉତ କହିଛନ୍ତି ।