ପିପିଲି ଥାନା ଅନ୍ତର୍ଗତ ରାଉତପଡ଼ା ଗ୍ରାମରେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି । ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଦୁହିଁକି କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି ।
ସୂଚନା ମୁତାବକ ହରିଦାସପୁରଦିଅଁ ଗ୍ରାମର ଭୀମ ପୃଷ୍ଟିଙ୍କ ପୁଅ ନବ ପୃଷ୍ଟି ଓ ରାଉତପଡ଼ାର ଶ୍ରୀଧର ବେହେରାଙ୍କ ଝିଅ ସୌଦାମିନୀ ପରସ୍ପରକୁ ଭଲ ପାଉଥିଲେ । ଉଭୟ କିଛି ଦିନ ତଳେ କୋର୍ଟରେ ମଧ୍ୟ ବିବାହ କରିଛନ୍ତି । କିନ୍ତୁ ଉଭୟଙ୍କ ପରିବାର ଲୋକ ଦୁହିଁଙ୍କ ବିବାହ ପାଇଁ ସମ୍ମତି ଦେଉ ନଥିଲେ । ତେବେ ଆଜି ସକାଳୁ ରାଉତପଡ଼ାର ବିଲର ଏକ ଗଛରେ ଦୁହିଁଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି ।
ସେମାନଙ୍କ ପାଟିରେ କପଡ଼ା ବନ୍ଧା ଯାଇଥିବାବେଳେ ବେକରେ ମଧ୍ୟ ଦାଗ ରହିଛି । ତେଣୁ କେହି ସେମାନଙ୍କୁ ହତ୍ୟା କରିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି । ତେବେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।