ଚିଲିକା ଡ଼ଙ୍ଗା ବୁଡ଼ି : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0
328
boat trajedy
boat trajedy
ବାଲୁଗାଁ  :  ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା । ଚାଲିଗଲା ୬ଜଣଙ୍କ ଜୀବନ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଶେଷ ରଜରେ ମା କାଳିଜାଇଙ୍କ ଦର୍ଶନ କାଳ ହେଲା । ଚିଲିକା ହ୍ରଦ ମଝିରେ ଥିବା ମା’ଙ୍କୁ ଦର୍ଶନ କରି କୂଳକୁ ଫେରିବା ପୂର୍ବରୁ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା । ଡଙ୍ଗାରେ ଥିଲେ ୧୬ଜଣ ଯାତ୍ରୀ । ୧୦ ଜଣଙ୍କ ଜୀବନ ରକ୍ଷା ପାଇ ଯାଇଥିବାବେଳେ ୬ଜଣଙ୍କ ଜୀବନ ଚାଲିଯାଇଛି । କିଛି ଦିନ ତଳେ ବାହାଘରକୁ ଯୋଗ ଦେବାକୁ ରମ୍ଭା ଆସିଥିବା ଜନୈକ ପରିବାରର ସାବୁଳିଆନାସୀରେ ଡଙ୍ଗା ଦୁର୍ଘଟଣା କାରଣରୁ ଦୁଇ ଜଣଙ୍କ ଜୀବନ ଯାଇଥିଲା ।

ସୂଚନା ଯୋଗ୍ୟ ଯେ, ଶରଣକୂଳର ରବିନାରାୟଣ ଦାସ ତାଙ୍କ ପତ୍ନୀ ପ୍ରମୋଦିନୀ ଦାସ, ଝିଅ ଶ୍ରଦ୍ଧାଞ୍ଜଳୀ ଦାସ, ରଣପୁରର ପ୍ରଦୀପ ମହାନ୍ତି ତାଙ୍କ ୨ ଝିଅ ଓ ୨ ଝିଆରୀ, ଭୁବନେଶ୍ୱରର ଭୀଷ୍ମ ପାତ୍ର ବାଲୁଗାଁର କୈଳାସ ପଟ୍ଟନାୟକ ଓ ତାଙ୍କ ଝିଅ ମୀରା ପଟ୍ଟନାୟକ, ଶୁଭ୍ର ଦାସ ପ୍ରମୁଖ ୧୬ ଜଣ ଯାତ୍ରୀ ଶନିବାର କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେମଝି ଚିଲିକାରେ ହଠାତ୍ ଝଡ଼ ବତାସ ମାଡ଼ି ଆସିଥିଲା । ବର୍ଷା ପବନରେ ଡଙ୍ଗାଟି ଓଲଟି ପଡ଼ିଥିଲା । ବାଲୁଗାଁ ଦମକଳ ବାହିନୀ, ନୌବାହିନୀ ତାଲିମ କେନ୍ଦ୍ର ଓ ସ୍ଥାନୀୟ ମତ୍ସ୍ୟଜୀବିମାନେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ୬ଟି ମୃତ ଶରୀର ଉଦ୍ଧାର କରାଯାଇଥିଲା । ଜୀବନ ବଂଚାଇ ପାରିଥିବା ଅନ୍ୟ ୧୦ ଜଣ ବାଲୁଗାଁ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।