ଦେଶ ପ୍ରତି ନିଷ୍ଠା ହିଁ ପ୍ରକୃତ ଦେଶ ଭକ୍ତି : ପ୍ରଣବ

0
376
pranab mukharjee
pranab mukharjee

ନାଗପୁର :  ଧର୍ମ, ମତଭେଦ ଓ ଅସହିଷ୍ଣୁତା ସହ ଭାରତକୁ ପରିଭାଷିତ କରିବାର ପ୍ରତ୍ୟେକ ଉଦ୍ୟମ ଭାରତକୁ ଦୁର୍ବଳ କରିବ।  ଅସହିଷ୍ଣୁତା ଭାରତୀୟ ପରିଚୟକୁ ଦୁର୍ବଳ କରିଦେବ।  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ   କହିଛନ୍ତି ରାଷ୍ଟ୍ରୀୟ ପରିଚୟ ଓ ଭାରତୀୟ ରାଷ୍ଟ୍ରବାଦ ସାର୍ବଭୌମ ଗୋଟିଏରୁ ହିଁ ଉତ୍ପନ ହୋଇଛି।

ନାଗପୁରରେ ଆରଏସଏସର ସଂଘ ଶିକ୍ଷା ବର୍ଗ(ତୃତୀୟ ବର୍ଷ)ର ସମାପନ ସାମରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜର ବହୁପ୍ରତୀକ୍ଷିତ ଭାଷଣରେ ରାଷ୍ଟ୍ରବାଦ ଉପରେ ଏକ ଲମ୍ବା ବ୍ୟାଖ୍ୟାନ କରିଛନ୍ତି। ପ୍ରଣବ ନିଜର ସମ୍ବୋଧନର ଆରମ୍ଭରୁ ସ୍ପଷ୍ଟ କରି ଦେଇଥିଲେ ଯେ ସେ ଦେଶ, ରାଷ୍ଟ୍ରବାଦ ଓ ଦେଶଭକ୍ତି ଉପରେ କିଛି କହିବାକୁ ଆସିଛନ୍ତି। ପ୍ରଣବ କହିଛନ୍ତି ରାଷ୍ଟ୍ରବାଦ କୌଣସି ଧର୍ମ ଓ ଭାଷାରେ ବଣ୍ଟା ହୋଇ ନାହିଁ।  ସେ  କହିଛନ୍ତି ଯେ ଭାରତ ଦୁନିଆର ପ୍ରଥମ ରାଜ୍ୟ ଏବଂ ବିବିଧତା ଆମର ସବୁଠୁ ବଡ଼ ଶକ୍ତି ଅଟେ। ଭାରତର ଦ୍ଵାର ସମସ୍ତଙ୍କ ପାଇଁ ଖୋଲା ରହିଛି। ପ୍ରଣବ କହିଛନ୍ତି ଯେ ଦେଶ ପ୍ରତି ନିଷ୍ଠା ହିଁ ଦେଶଭକ୍ତି ଅଟେ।

କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ  ଭାରତ ୟୁରୋପ ଓ ଅନ୍ୟ ଦୁନିଆରୁ ପ୍ରଥମରୁ ହିଁ ଏକ ଦେଶ ଥିଲା। ଭାରତ ଏକ ବିବିଧତାରେ ଭରା  ଦେଶ ଅଟେ। ଭାରତର ଦ୍ଵାର ସମସ୍ତଙ୍କ ପାଇଁ ଖୋଲା। ସହିଷ୍ଣୁତା ହିଁ ସମାଜକୁ ଏକଜୁଟ ରଖିପାରିବ। ମାତ୍ର ଅସହିଷ୍ଣୁତାରେ ଆମର ରାଷ୍ଟ୍ରୀୟ ପରିଚୟକୁ ମଳିନ କରିଥାଏ ବୋଲି ପ୍ରଣବ କହିଛନ୍ତି।

ସେ କହିଛନ୍ତି ଯେ ଶହ ଶହ ବର୍ଷ ପର୍ୟ୍ୟନ୍ତ ଅନେକ ଲୋକ ଭାରତ ଉପରେ ଶାସନ କରିଛନ୍ତି, ପୁଣି ମୁସଲିମ ଆକ୍ରମଣକାରୀ ଭାରତ ଉପରେ ଆକ୍ରମଣ କରିଛନ୍ତି। ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶକୁ ଶାସନ କରିଛି। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ୫୦୦୦ ହଜାର ପୁରାତନ ଆମର ସଭ୍ୟତାକୁ କେହି ମଧ୍ୟ ବିଦେଶୀ ଆକ୍ରମଣକାରୀ ଓ ଶାସକ ଶେଷ କରି ପାରି ନାହାନ୍ତି।

ବାଲ ଗଙ୍ଗାଧର ତିଳକ ‘ସ୍ଵରାଜ ହମାରା ଜନ୍ମସିଦ୍ଧ ଅଧିକାର’ର ନାରା ଦେଇଥିଲେ। ରାଷ୍ଟ୍ରବାଦ କୌଣସି ଭାଷା, ରଙ୍ଗ, ଧର୍ମ, ଜାତି ଆଦିରେ ପ୍ରଭାବିତ ହୋଇନଥାଏ। ଆମକୁ ଗଣତନ୍ତ୍ର ଉପହାର ରୂପେ ମିଳିନାହିଁ ବୋଲି ପ୍ରଣବ କହିଛନ୍ତି। ଭାରତର ଆତ୍ମା ବହୁଳବାଦରେ ସ୍ଥାପନ ହୋଇଛି। ଏତେ ବିବିଧତା ପରେ ମଧ୍ୟ ଭାରତୀୟତା ଆମର ପରିଚୟ।

ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଧର୍ମ, ମତଭେଦ ଓ ଅସହିଷ୍ଣୁତା ସହ ଭାରତକୁ ପରିଭାଷିତ କରିବାର ପ୍ରତ୍ୟେକ ଉଦ୍ୟମ ଭାରତକୁ ଦୁର୍ବଳ କରିବ।  ଅସହିଷ୍ଣୁତା ଭାରତୀୟ ପରିଚୟକୁ ଦୁର୍ବଳ କରିଦେବ। ସେ କହିଛନ୍ତି ରାଷ୍ଟ୍ରୀୟ ପରିଚୟ ଓ ଭାରତୀୟ ରାଷ୍ଟ୍ରବାଦ ସାର୍ବଭୌମ ଗୋଟିଏରୁ ହିଁ ଉତ୍ପନ ହୋଇଛି।