ଶ୍ରୀମନ୍ଦିର ସଂସ୍କାର ଆଲୋଚନା : ତିନୋଟି ପ୍ରସ୍ତାବରେ ଅସହମତି

0
396
amicus curiae at srimandir
amicus curiae at srimandir
ପୁରୀ : ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶ୍ରୀମନ୍ଦିର ସଂସ୍କାର ବୈଠକରେ  ୧୨ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।  ୩ ଟି ପ୍ରସ୍ତାବ ଉପରେ ଅସହମତି ପ୍ରକାଶ ପାଇଥିଲା।

ଶ୍ରୀମନ୍ଦିରରେ ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଜିଲ୍ଲାପାଳଙ୍କ ସହ ସେବାୟତମାନେ ଉପସ୍ଥିତ ଥିଲେ ।

ବୈଠକ ଶେଷ ହେବା ପରେ ୧୨ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରସ୍ତାବ ଗୁଡିକ ମଧ୍ୟରୁ ୩ ଟି ପ୍ରସ୍ତାବ ଉପରେ ଅସହମତି ପ୍ରକାଶ ପାଇଥିଲା। ଆଲୋଚନା ସମୟରେ ଶ୍ରୀମନ୍ଦିର ନୀତି, ପ୍ରଥା ଓ ପରମ୍ପରା ବିଷୟରେ ଅବଗତ କରା ଯାଇଥିବା ସେ ପ୍ରକାଶ କରିଛନ୍ତି ।

ତେବେ ଆନନ୍ଦବଜାରରେ ଲଗା ଯାଇଥିବା  ଅବଢା ଦର ତାଲିକା ପ୍ରଶାସନର ଅନୁମୋଦନ ପାଇ ନ ଥିବାରୁ ଏହାକୁ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରାମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିବା ପରେ ନୂଆ ତାଲିକା ଲଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି ।