ଆପଣାନ୍ତୁ ଏହି ଉପଚାର : ଥାଇରଏଡ଼ ରୋଗରୁ ମୁକ୍ତି ଦିଏ…

0
402
thyroid
thyroid

ଥାଇରଏଡ଼ ରୋଗରୁ ମୁକ୍ତି  ପାଇଁ  ଆପଣାନ୍ତୁ ଏହି ଉପଚାର । ଅଦାରେ  ରହିଛି  ପୋଟାସିୟମ, ମ୍ୟାଗନେସିୟମ୍‌।  ଆଣ୍ଟି-ଇଂଫଲେମେଟରି ଗୁଣ ଥାଇରଏଡ଼କୁ ବଢ଼ିବାକୁ ରୋକି ଥାଏ ।

ଥଣ୍ଡା ଦିନରେ ଥାଇରଏଡ଼ ରୋଗୀ ମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା । ଏହା ଦ୍ୱାରା ଥାଇରଏଡ଼ ରୋଗୀମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇ ପାରିବେ ।

ଅଦାର ଅନେକ ଔଷଧିୟ ଗୁଣ ରହିଛି । ଅଦାରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି ଯେମିତି ପୋଟାସିୟମ, ମ୍ୟାଗନେସିୟମ୍‌ ଇତ୍ୟାଦି ଥାଇରଏଡ଼ ରୋଗରୁ ମୁକ୍ତି ଦେଇଥାଏ । ଅଦାରେ ଆଣ୍ଟି-ଇଂଫଲେମେଟରି ଗୁଣ ଥାଇରଏଡ଼କୁ ବଢ଼ିବାକୁ ରୋକି ଥାଏ ।

ଥାଇରଏଡ଼ ରୋଗୀ ମାନେ ସର୍ବଦା କ୍ଷୀର ଓ ଦହି ଅଧିକ ମାତ୍ରାରେ ଖାଇବା ଦରକାର । କ୍ଷୀର ଓ ଦହିରେ କ୍ୟାଲସିୟମ,ମିନେରାଲ ଏବଂ ଭିଟାମିନ୍‌ ଥାଇରଏଡ଼ ଭୋଗୁଥିବା ପୁରୁଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିବାରେ ସହାୟକ ହୋଇଥାଏ ।

ଥାଇରଏଡ଼ ଗ୍ରନ୍ଥିକୁ ରୋକିବା ପାଇଁ ଗହମ ଓ ଯଅର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ । ଗହମ ଓ ଯଅ ଖାଇବା ଦ୍ୱାରା ସେଥିରେ ଥିବା ଆୟୁର୍ବେଦିକ ଗୁଣ ଥାଇରଏଡ଼ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।