ଶାନ୍ତି ଚାହୁଁଛନ୍ତି, ଜାଣନ୍ତୁ କ’ଣ କରିବେ…

0
373
peace mind
peace mind

ଭୁବନେଶ୍ୱର : ଟିକେ ଶାନ୍ତି କିଏ ନ ଚାହେଁ । ସେଥିପାଇଁ ବିଭିନ୍ନ ପଥା ଅବଲମ୍ବନ କରୁଛନ୍ତି । ମାତ୍ର ଶାନ୍ତି ମିଳୁନି । ଆପଣ ଶାନ୍ତି ଚାହୁଁଛନ୍ତି, ତାହା ହେଲେ ଲୋଭ ଆଉ ଚିନ୍ତା ଛାଡନ୍ତୁ, ତା ପରେ ଦେଖନ୍ତୁ ଶାନ୍ତି ନିଶ୍ଚୟ ମିଳିବ ।
ସୁଖ ଓ ଶାନ୍ତିରେ ଟିକେ ରହିବା ପାଇଁ ଲୋକେ କ’ଣ କରୁନାହାନ୍ତି । କିଏ ସକାଳୁ ରାତି ଯାଏ ଖଟି ଅର୍ଥ ଉପାର୍ଜନରେ ବ୍ୟସ୍ତ ରହୁଛି ତ କିଏ ପାରିବାରି ସମସ୍ୟାରୁ ମୁକୁଳି ପାରୁନାହିଁ । କିଏ ପିଲାଙ୍କ ପାଇଁ ସଂଚୟ କରିବାରୁ ଫୁରସତ ପାଉ ନାହିଁ ତ ଆଉ କିଏ ଅଧିକ ଅର୍ଥକୁ ନେଇ ଚିନ୍ତିତ ରହୁଛି । ସବୁରି ମୂଳରେ ଅର୍ଥ । ଯାହା ପାଖରେ ଟଙ୍କା ନାହିଁ ସେ ଅର୍ଥ ଉପାର୍ଜନ ପାଇର୍ ଚିନ୍ତା କରୁଛି । ଯାହାର ଅଧିକ ଅର୍ଥ ଅଛି ସେ ତାହାର ପରିଚାଳନା ନେଇ ଚିନ୍ତା କରୁଛି । ଏସବୁ ଥିରେ ଚିନ୍ତା ହିଁ ଚିନ୍ତା । ଯାହା ସ୍ୱାସ୍ଥ୍ୟ ହାନୀର କାରଣ । ସ୍ୱାସ୍ଥ୍ୟ ଖରାପ ରହିଲେ, ନା ସୁଖ ମିଳିବ ନା ଶନ୍ତିରେ ରହି ପାରିବେ । ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପରିଶ୍ରମ କରନ୍ତୁ, ଅର୍ଥ ଉପାର୍ଜନ ହେବ ତାହା ସହ ସ୍ୱାସ୍ଥ୍ୟ ଭଲ ରହିବ । ଅର୍ଥ ପଛରେ ଗୋଡାନ୍ତୁ ନାହିଁ । ଯେତିକି ଆସୁଛି ସେତିକିରେ ସନ୍ତୁଷ୍ଟ ରୁହନ୍ତୁ । କାରଣ ଅର୍ଥ ହିଁ ଅନର୍ଥର କାରଣ । ବେଶୀ ଅର୍ଥ ପିଲାଙ୍କ ପାଇଁ ରଖିଲେ, ପିଲାମାନେ ଅର୍ଥକୁ ଭଲ ପାଇବେ, ତୁମକୁ ନୁହେଁ । ପିଲାଙ୍କୁ ସଂସ୍କାର ଶିଖାନ୍ତୁ । ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଲୋଭ ଛାଡନ୍ତୁ, ଦାନ ଧର୍ମ କରନ୍ତୁ । ଅନ୍ୟର ସୁଖ ଦୁଖରେ ଭାଗୀଦାର ବନନ୍ତୁ । ଆପଣଙ୍କୁ ସୁଖ ଓ ଶନ୍ତି ମିଳିବ । ଦେବାରେ ଯେଉଁ ସୁଖ ଥାଏ, ତାହା ନେବାରେ ନ ଥାଏ ।