ସ୍କୁଲ ଓ କଲେଜରେ ଡ୍ରେସ କୋର୍ଡ, ଶିକ୍ଷୟତ୍ରୀ ପିନ୍ଧିବେ ବୟନିକା ଶାଢୀ

0
406
textile minister snehangini chhuria
textile minister snehangini chhuria
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଓ କଲେଜରେ ସମ୍ବଲପୁରୀ ଡ୍ରେସ୍ କୋର୍ଡ ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହାକୁ ଚଳିତ ଶିକ୍ଷାବର୍ଷ ଠାରୁ ବାଧ୍ୟତାମୂଳକ କରାଯିବା ନେଇ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଛନ୍ତି ।  ତେବେ ବର୍ତ୍ତମାନ କେବଳ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଏହି ଡ୍ରେସ୍ କୋଡ ଲାଗୁ କରାଯିବ ବୋଲି ଆଜି ସଚିବାଳୟରେ ଆୟୋଜିତ ବୈଠକ ପରେ  ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ।

 ସମ୍ବଲପୁରୀ କପଡାକୁ ଆଦୃତ କରିବାକୁ ଓ ଏହାକୁ ଉଦଜୀବିତ କରି ରଖିବାକୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଓ କଲେଜରେ ସମ୍ବଲପୁରୀ ଡ୍ରେସ୍ କୋର୍ଡ ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ତାଙ୍କ କହିବାନୁସାରେ, ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ବୟନିକା ଶାଢ଼ି ପିନ୍ଧିବେ । ଦ୍ୱିତୀୟ ପର୍ଯ୍ୟାୟରେ କଲେଜ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ମଧ୍ୟ ବୟନିକା ବା ସମ୍ବଲପୁରୀ କପଡ଼ାରେ ହେବ। ପରେ ଶିକ୍ଷକଙ୍କ ପାଇଁ ଏହି କପଡାରେ ୟନିଫର୍ମ ନେଇ ଚିନ୍ତା କରାଯିବ। ତେବେ ପିଲାଙ୍କ ୟୁନିଫର୍ମ ବଦଳିବ ନାହିଁ ବୋଲି ଶ୍ରୀମତୀ ଛୁରୀଆ କହିଛନ୍ତି।