କୁଆଖାଇ ନଦୀରେ ଗାଧୋଇବା ବେଳେ ବୁଡି ଯାଇ ୨ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଜଗମୋହନ ସାହୁ ଓ ସୋଫିକ୍ ଦିଗଲ। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।
ସୂଚନାନୁସାରେ, ଆଜି ପୂର୍ବାହ୍ଣ ୧୧ଟାରେ ଭୁବନେଶ୍ୱର ୟୁନିଟ ୯ ହାଇସ୍କୁଲର ନବମ ଶ୍ରେଣୀର ୬ ଜଣ ଛାତ୍ର ସ୍କୁଲକୁ ଆସିବା ସମୟରେ ଗାଧୋଇବାକୁ ସ୍ଥାନୀୟ କୁଆଖାଇ ନଦୀକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଗାଧୋଇବାକୁ ନଦୀରେ ପଶିଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଭାସିଯାଉଥିବା ତିନିଜଣଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ୍ ବହୁତ ଖୋଜାଖୋଜି କରିବା ପରେ ନିଖୋଜ ଛାତ୍ର ଦ୍ୱୟକୁ ଉଦ୍ଧାର କରିଥିଲେ। ତେବେ ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ତେବେ ଆଜି ସର୍ଚ୍ଚ ଅପରେସନ ଚାଲିଥିବାବେଳେ କୂଆଖାଇ ବ୍ରିଜ ଉପରୁ ଡେଇଁ ପଡିଥିବା ଜଣେ ମହିଳାଙ୍କୁ ମଧ୍ୟ ଏହି ଓଡ୍ରାଫ୍ଟ ଟିମ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଉଦ୍ଧାର ମହିଳାଙ୍କ ନାମ କାଞ୍ଚନ ଓ ସେ ମଞ୍ଚେଶ୍ୱର ଥାନାରେ କାମ କରୁଥଲେ ମଧ୍ୟ ୪ ବର୍ଷ ହେବ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ମହିଳାଙ୍କର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।