ବେଧଡକ୍ ଚାଲିଛି ଜାଲ୍ ନୋଟ୍ କାରବାର

0
386
titlagarh rly station
titlagarh rly station
ଟିଟିଲାଗଡ : ରାଜ୍ୟରେ ଜାଲ୍ ନୋଟ୍ କାରବାର ରାକେଟ୍ ସକ୍ରିୟ।  ଚାଲିଛି ବେଧଡକ୍ ଜାଲ୍ ନୋଟ୍ କାରବାର । କେତେକ ଅସାଧୁ ବ୍ୟକ୍ତି ରାଜ୍ୟରେ ଚଳାଇଛନ୍ତି ନକଲି ନୋଟ୍ ରାକେଟ୍ । ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଲଷ୍ଟେସନରୁ  ନକଲି ନୋଟ ଜବତ କରିଛି ଜିଆରପି । ଜବତ ହୋଇଥିବା ନକଲି ନୋଟର ମୂଲ୍ୟ ୪ ଲକ୍ଷ ୬୮ ହଜାର ଟଙ୍କା ହୋଇଥିବା ଜଣାପଡିଛି ।

ନକଲି ନୋଟ୍ ନେଇ ଯାଉଥିବା ଅଭିଯୋଗରେ ଭଟଲି ଅଂଚଳର ରାମଚନ୍ଦ୍ର ଭୋଇଙ୍କୁ ଜିଆରପି ଗିରଫ କରିଥିବା ଜଣାପଡିଛି । ଆହୁରି ମଧ୍ୟ ଟ୍ରେନରେ ଜଣେ ଯବାନଙ୍କୁ ରାମଚନ୍ଦ୍ର ଛୁରାମାଡ କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ ସରକାରୀ ମେଡିକାଲରେ ଭର୍ତି କରାଯାଇଛି ।