ନିର୍ବାଚନ ଉପରେ ନଜର ରଖିବ ଇ-ନେତ୍ର

0
430
op rawat,cec
op rawat,cec
ନୂଆଦିଲ୍ଲୀ : ନିର୍ବାଚନ ଉପରେ ନଜର ରଖିବ ଇ-ନେତ୍ର।  ଏହି ଆପ୍ ମାଧ୍ୟମରେ ଭୋଟର ଆୟୋଗଙ୍କୁ ସାହାଯ୍ୟ କରିପାରିବେ । ଆପ୍ ମାଧ୍ୟମରେ କୌଣସି ଭୋଟର ଭୋଟ୍ ଦେବା ସମୟର କିଛି  ଅବ୍ୟବସ୍ଥା ସମ୍ପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ।

ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମତଦାତାଙ୍କୁ ଦୁର୍ନୀତି ବିରୋଧରେ ପୋଲିସର ଭୂମିକା ଗ୍ରହଣ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନାକୁ ଶେଷ ରୂପାୟନ ଦେବା ପୂୂର୍ବରୁ ନିର୍ବାଚନ କମିଶନରଙ୍କ ଗୋଟିଏ  ଟିମ୍ ଏକ ମୋବାଇଲ ଆପ୍ଲିକେସନ ଉପରେ କାମ କରୁଛି । ଏହି ଆପର ନାମ ଦିଆ ଯାଇଛି ଇ-ନେତ୍ର । ଯଦି କୌଣସି ନେତା ଆଦର୍ଶ ଆଚରଣ ବିଧିର ଉଲଙ୍ଘନ କରୁଛନ୍ତି କିମ୍ବା ଉତେଜନାମୂଳକ ଭାଷଣ ଦେଉଛନ୍ତି ତେବେ ଜନତା ଏହି ଆପ୍ ଯୋଗେ ଅଭିଯୋଗ କରିପାରିବେ । ପ୍ରମାଣ ସ୍ୱରୂପ ଫଟୋ କିମ୍ବା ଭିଡିଓ ଆପରେ ଅପଲୋଡ୍ କରାଯାଇପାରିବ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଓମ ପ୍ରକାଶ ରାୱତ ଏକ ଖବର କାଗଜରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ନିର୍ବାଚନ ପରିଚାଳନା ନେଇ ଆଇଟି ବିଭାଗ ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏକ ଆପ୍ଲିକେସନ ପ୍ରସ୍ତୁତ କରୁଛି । ଏହି ଆପକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜସ୍ତାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମରେ ହେବାକୁ ଥିବା ନିର୍ବାଚନରେ ବ୍ୟବହାର କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି କି, କର୍ଣ୍ଣାଟକ ନିର୍ବାଚନ ସମୟରେ ବାଙ୍ଗାଲୋର ନଗର ନିର୍ବାଚନ ଆୟୋଗ ଏପରି ଏକ ଆପ୍ ପ୍ରସ୍ତୁତ କରିଥିଲେ । କିିନ୍ତୁ ଏହା ସେତେଟା ପ୍ରଭାବୀ ନଥିଲା ।

ନିର୍ବାଚନ ସମୟରେ ମାତ୍ର ୮୦୦ ଭୋଟର ଏହି ଆପକୁ ଡାଉନଲୋଡ୍ କରିଥିଲେ । ନିର୍ବାଚନ ଆୟୋଗ ଜନତାଙ୍କୁ ଭରସା ଦେଇଥିଲେ କି, ଏହି ଆପ୍ ମାଧ୍ୟମରେ ଭୋଟର ଆୟୋଗଙ୍କୁ ସାହାଯ୍ୟ କରିପାରିବେ । ଆପ୍ ମାଧ୍ୟମରେ କୌଣସି ଭୋଟର ଭୋଟ୍ ଦେବା ସମୟର କିଛି  ଅବ୍ୟବସ୍ଥା ସମ୍ପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । ଭିଡିଓ ଅପଲୋଡ୍ ନ କରି ମଧ୍ୟ ଅଭିଯୋଗ ଜଣାଇ ପାରିବେ । କିନ୍ତୁ ତଦନ୍ତ ସମୟରେ ଆୟୋଗଙ୍କୁ ପର୍ଯ୍ୟାପ୍ତ ପ୍ରମାଣର ଆବଶ୍ୟକତା ଅଛି ।