ଆଣ୍ଡାମାନରେ ଭୂକମ୍ପ

0
416
earthquake
earthquake

ନୂଆଦିଲ୍ଲୀ : ଆଣ୍ଡାମାନରେ ଭୂକମ୍ପ ଅନୁଭୂତ ହୋଇଛି । କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି । ମାତ୍ର ଭୂକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ  ।

ଆଣ୍ଡାମାନ ଦ୍ୱୀପରେ  ସକାଳୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସକାଳ ୫ଟା ୨୫ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଲେଖାଯିବା ବେଳକୁ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି । ମାତ୍ର ଭୂକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟରେ ଲୋକମାନେ ଘରଛାଡି ବାହାରକୁ ଦୌଡ଼ି ପଳାଇଥିଲେ ।