‘ଇଜ ଅଫ ଡୁଇଙ୍ଗ ବିଜିନେସ’ ମାନ୍ୟତା ହ୍ରାସ : ବିରୋଧି-ଶାସକ ମୁହାଁମୁହିଁ

0
420
odisha secretariat
odisha secretariat

ଭୁବନେଶ୍ୱର  : ବିଶ୍ୱ ବ୍ୟାଙ୍କ ସହାୟତାରେ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଗତ କାଲି ପ୍ରକାଶିତ ‘ଇଜ ଅଫ ଡୁଇଙ୍ଗ ବିଜିନେସ ମାନ୍ୟତାରେ ଓଡିଶାର ସ୍ଥାନ ୧୪କୁ ଖସିିବାକୁ ନେଇ ବିରୋଧି ଶାସକ ମୁହାଁମୁହିଁ ହୋଇଛନ୍ତି । ବିଜେପି ଓ କଂଗ୍ରେସ ଏହାକୁ ସରକାରଙ୍କ ବିଫଜତା ଦର୍ଶାଇଥିବା ବେଳେ ଶାସକ ଦଳ ପକ୍ଷରୁ ବିରୋଧିଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି ।
୨୦୧୫ ମସିହାରେ ଓଡିଶାର ର୍ୟାଙ୍କ ୭ମ ସ୍ଥାନରେ ଥିବାବେଳେ ୨୦୧୬ ମସିହାରେ ୪ଟି ଅଙ୍କ ତଳକୁ ଖସି ଏହା ୧୧ ସ୍ଥାନରେ ପହଂଚି ଥିଲା । ବର୍ତମାନ ଏହା ୧୪ ତମ ସ୍ଥାନକୁ ଖସି ଆସିଛି । ଗତ ୨ ବର୍ଷରେ ୭ଟି ସ୍ଥାନ ତଳକୁ ଓଡିଶା ଖସି ଆସିବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଶାସକ ବିଜେଡିର ଆନ୍ତରିକତା ଅଭାବ ଓ ବିକାଶ ବିରୋଧୀ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ତାଲିକାରେ ଲଗାତର ଭାବେ ମାନ୍ୟତା
ତଳକୁ ତଳ ଖସିବା ରାଜ୍ୟ ସରକରାଙ୍କ ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିଥିବା ଦାବିକୁ ସଂପୂର୍ଣ୍ଣ ରୂପେ ଭୃଲ ପ୍ରମାଣିତ କରିଛି । ସେହପରି କଂଗ୍ରେସ ପକ୍ଷରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି । ଗୋଟିଏ ପଟେ ସରକାର ଶିଳ୍ପାୟନ କଥା କହୁଥିବାବେଳେ ରାଜ୍ୟରୁ ପୋସ୍କୋ ଭଳି ବୃହତ ସଂସ୍ତା ଫେରିଯିବା ଏହାର ଏକ କାରଣ ବୋଲି ଦଳ ଦର୍ଶାଇଛି । ଅନ୍ୟ ପକ୍ଷରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ଚାଲିଛି । ନିବେଶକ ମାନେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ହୋଇ କାର୍ଯ୍ୟ ଚାଲିଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।