ଏଣିକି ଅନଲାଇନରେ ମିଳିବ ସାର୍ଟିଫିକେଟ

0
440
online certificate from university
online certificate from university

ଭୁବନେଶ୍ୱର : ମାଟ୍ରିକ ଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସାର୍ଟିଫିକେଟ ପାଇଁ ଆଉ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଏଣିକି ଅନଲାଇନରେ ମିଳିବ ସାର୍ଟିଫିକେଟ । ଏହି ଅନଲାଇନ ସେବାଗୁଡିକୁ ପୁର୍ଣ୍ଣମାତ୍ରାରେ ସ୍ୱଂୟକ୍ରିୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏଣିକି ବୋର୍ଡ ଓ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ଅନଲାଇନରେ ମିଳିବ । ଏ ପ୍ରକାର ୮ଟି ସେବାକୁ ମୁଖ୍ୟ ଶାସନ ସୁଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶନିବାର ଉଦ୍ଘାଟନ କରିଛନ୍ତି । ଗଣଶିକ୍ଷା ବିଭାଗର ୬ଟି ଓ ଉଚ୍ଚଶିକ୍ଷା ବିଭାଗର ୨ଟି ସେବା ଅନଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯିବ । ସେଗୁଡିକ ହେଲା ହାଇସ୍କୁଲ ମାର୍କସିଟ୍  ନକଲ, ବୋର୍ଡ ସାର୍ଟିଫିକେଟର ନକଲ, ବୈଧକରଣ(ଭେରିଫିକେସନ) ପ୍ରମାଣ, ବୋର୍ଡର ପ୍ରୋଭିଜିନାଲ ସାର୍ଟିଫିକେଟ ଓ ମାର୍କସିଟ୍ , ବୋର୍ଡି ମାଇଗ୍ରେସନ ସାଟିଫିକେଟ, ବଶ୍ୱବିଦ୍ୟାଳୟ ପ୍ରୋଭିଜିନାଲ ସାର୍ଟିଫିକେଟ ଓ ମାର୍କସିଟ ଏବଂ ବିଶ୍ୱବିଦ୍ୟାଳୟ ମାଇଗ୍ରେସନ ସାର୍ଟିଫିକେଟ ।ଏହି ସମସ୍ତ ସେବା ଲୋକସେବା ଓଡିଶା ଡଟ ଇନ ପୋର୍ଟାଲକୁ ଯାଇ ନିଜର ଆଇ ଡି ଓ ପାସୱାର୍ଡ ସୃଷ୍ଟି କରିବେ ।

ତାହାକୁ ଦରଜ କରି ଆବେଦନ କରିପାରିବେ ବୋଲି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହିସବୁ ସେବାକୁ ସ୍ୱଂୟକ୍ରିୟ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ ୨୫ଟି ବିଭାଗର ୩୪୧ଟି ସେବାକୁ ସାଧାରଣ ସେବା ଭାବେ ବିଜ୍ଞପିତ କରାଯାଇଥିବା ବେଳେ ସେଥିରୁ ୮୮ଟିକୁ ଅନଲାଇନ୍ କରାଯାଇଛି ।