ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ପ୍ରୟାସ ଆରମ୍ଭ କରିଛି। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଜାଭଡେକର ଗତକାଲି ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପରେ ଆଜି ଏକ ପ୍ରେସମିଟ୍ କରି ଏ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏକକାଳୀନ ନିର୍ବାଚନ ହେଲେ ଦେଶର ହିତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ପ୍ରକାଶ ଥାଉ କି, ଆସନ୍ତାବର୍ଷ ଜାନୁୟାରୀ ମାସରେ ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ସେହିଭଳି କଂଗ୍ରେସ ଶାସିତ ମିଜୋରାମ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ। ତେବେ ଚଳିତ ବର୍ଷ ଶେଷ ଆଡକୁ ଏହି ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଥିବାବେଳେ ଏହି ସମସ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରି ନିର୍ବାଚନକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବା ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ଦେଶରେ ଏକକାଳୀନ ନିର୍ବାଚନ ଯୋଜନାକୁ କେବଳ ଆଞ୍ଚଳିକ ଦଳ ବିଜେଡି ଓ ବିଜେପି ସମର୍ଥନ କରୁଛି।