ଆଗକୁ ନିର୍ବାଚନ : ଶୁଭ ପଡିବ ୧୯୭ ସେତୁ

0
426
bridge needed
bridge needed

ଭୁବନେଶ୍ୱର :  ଆଗକୁ ନିର୍ବାଚନ  ହେବାକୁ ଥିବା ବେଳେ ୧୯୭ଟି ସେତୁ ନିର୍ମାଣ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅକ୍ଟୋବରରେ ଶିଳାନ୍ୟାସ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି । ଆସନ୍ତା ଦିନରେ ରାଜ୍ୟରେ ସଡକ ଓ ସେତୁ ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଜଣାପଡିଛି । ୧୯୭ଟି ସେତୁ ନିର୍ମାଣ ପାଇଁ ସରକାର ନିଷ୍ପତି ନେଇଛନ୍ତି । ପୂର୍ତ ବିଭାଗ ପକ୍ଷରୁ ଏ ନେଇ କାର୍ଯ୍ୟ ଯୋରସୋରରେ ଚାଲିଛି । ସେପ୍ଟେମ୍ବର ମାସରେ ଟେଣ୍ଡର ପ୍ରକ୍ରିୟା ଶେଷ କରି ଅକ୍ଟୋବରରେ ଶିଳାନ୍ୟାସ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଛୋଟ , ମଧ୍ୟମ ଓ ବଡ ଧରଣର ୧୯୭ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେଥିପାଇଁ ବଜେଟ କରାଯାଇଛି । ଶୁଭ ଦିଆଯିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାକୁ ଥିବା ଖର୍ଚ୍ଚ ପାଇଁ ବ୍ୟୟ ବରାଦ କରାଯିବ ବୋଲି ଜଣାପଡିଛି । ପରବର୍ତି ପର୍ଯ୍ୟାୟ କାର୍ଯ୍ୟ ପାଇଁ ଆସନ୍ତା ବର୍ଷ ବଜେଟରେ ବ୍ୟୟ ବରାଦ କରଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।