ରାୟଗଡ଼ା : ବିଦ୍ୟୁତ୍ ତାର ଛିଣ୍ଡିବା ଯୋଗୁଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଟେକ୍ନିସିଆନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।
କୋରାପୁଟର ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ଥିବାର ରେଲୱେ ଲାଇନ୍ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଏଥିଯୋଗୁଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି।
ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍ୟୁ ଅଟକି ରହିଛି। ସେହିପରି ଭାଲୁମୁସ୍କାରେ ରାଉରକେଲା ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ଶିକରପାଇ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ ଅଟକି ରହିଛି।