ବିଏସଏଫ୍ ଯବାନ କାର୍ଯ୍ୟାନୁଷ୍ଠାନ : ୧୧ ପାକିସ୍ତାନୀ ସୈନିକ ନିହତ

0
390
bsf-gave befitting fight
bsf-gave befitting fight
ଜାମ୍ମୁ କାଶ୍ମୀର : ବିଏସଏଫର ହେଡ କନେଷ୍ଟବଳ ନରେନ୍ଦ୍ର ଶର୍ମାଙ୍କ ସହିତ ହୋଇଥିବା ବର୍ବର କାଣ୍ଡର ପ୍ରତିଶୋଧରେ  ବିଏସଏଫ୍ ଯବାନ ୧୧ ପାକିସ୍ତାନୀ ସୈନିକଙ୍କୁ ନିହତ କରିଛନ୍ତି ।

ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଜାମ୍ମୁ ଅଂଚଳରେ ବିଏସଏଫର ହେଡ କନେଷ୍ଟବଳ ନରେନ୍ଦ୍ର ଶର୍ମାଙ୍କ ସହିତ ହୋଇଥିବା ବର୍ବର କାଣ୍ଡର ପ୍ରତିଶୋଧ ନିଆଯାଇଛି । ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଏସଏଫର ମହାନିର୍ଦ୍ଦେଶକ କେକେ ଶର୍ମା ଏହାର ସୂଚନା ଦେଇଛନ୍ତି ।

ରାଜନାଥ ସିଂହ ମୁଜାଫରପୁରରେ କହିଛନ୍ତି ଯେ, ସେନା ଏବଂ ବିଏସଏଫ୍ ନିଜ ଆବଶ୍ୟକତା ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧୀକାର ଦିଆଯାଇଛି ଏବଂ ସେନାରେ ଯବାନମାନଙ୍କୁ କୁହାଯାଇଛି ଯେ, ନିଜ ତରଫରୁ କେବେ ଗୁଳି ଚାଳନା କରିବେ ନାହିଁ କିନ୍ତୁ ଅପର ପକ୍ଷରୁ ଗୁଳି ଚାଳନା ହେଲେ ଯବାବରେ ନିଜ ଗୁଳିର ସଂଖ୍ୟା ଗଣିବେ ନାହିଁ ।

ଶର୍ମାଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୧୯ ଘଟଣା ପରେ ପାକିସ୍ତାନୀ ସୈନିକ ଡରରେ ନିଜ ସୀମାର ୫କିମି ପର୍ଯ୍ୟନ୍ତ ଖାଲି କରି ଦେଇଥିଲା । ଯଦ୍ୱାରା ବିଏସଏଫ୍ ଆଇବିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁ ନାହିଁ । କିନ୍ତୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହୋଇ ରହିଛି । ଇମରାନଙ୍କ ସରକାର ଆସିବା ପରେ ପାକିସ୍ତାନ ସୈନିକଙ୍କର ବେଟ୍ ଅପରେସନ ବଢିବାରେ ଲାଗିଛି । ବେଟ୍ ଅପରେସନ ସର୍ବଦା ଏଲଓସି ଠାରେ ହୋଇଥାଏ କିନ୍ତୁ ଆଇବି ନିକଟରେ ହେବା ଏହା ପ୍ରଥମ ଘଟଣା ।

ସେହି ସମୟରେ ଡିଜିଙ୍କ କହିବା ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ସୀମାରେ ବହୁ ପାକିସ୍ତାନୀ ଆତଙ୍କୀ ଟ୍ରେନିଙ୍ଗ୍ କ୍ୟାମ୍ପ୍ ଏବଂ ଲଂଚିଙ୍ଗ୍ କାମ କରୁଛନ୍ତି । ସେମାନେ ସୀମାର କେବଳ ୫ରୁ ୭କିମି ଦୂରରେ ଅଛନ୍ତି । ଅବସର ପାଇବା ମାତ୍ରେ ସେମାନେ ଅଣପ୍ରବେଶ କରିବା ପାଇଁ ପ୍ରୟାଶ କରିବେ ।