ବଗି ଛାଡି ଚାଲିଲା ଇଞ୍ଜିନ

0
294
rail engine run leaving 3 boggies
rail engine run leaving 3 boggies
ପୁରୀ :  ଷ୍ଟେସନରେ ବଗି ଛାଡ଼ି ୫ କିଲୋମିଟର ଇଞ୍ଜିନ ଚାଲିଯାଇଥିବା ସୂଚନା ମିଳିଛି। ପୁରୀ-କଟକ ପାସେଂଜର ଟ୍ରେନ ଶେଷ ଆଡକୁ ୩ଟି ବଗି ଛାଡି ପ୍ରାୟ ୫ କିଲୋମିଟର ଆଗକୁ ଗଡି ଯାଇଥିଲା।

ବଗି ଛାଡି ଟ୍ରେନ୍ ଚାଲିଯିବା ଘଟଣା ବାରମ୍ବାର ଘଟୁଥିବା ବେଳେ ଆଜି ପୁରୀ ଷ୍ଟେସନରେ ଏହି ଘଟଣା ପୁନର୍ବାର ଘଟିଛି । ଷ୍ଟେସନରେ ବଗି ଛାଡ଼ି ୫ କିଲୋମିଟର ଇଞ୍ଜିନ ଚାଲିଯାଇଥିବା ସୂଚନା ମିଳିଛି।

ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ପୁରୀ-କଟକ ପାସେଂଜର ଟ୍ରେନ ଶେଷ ଆଡକୁ ୩ଟି ବଗି ଛାଡି ପ୍ରାୟ ୫ କିଲୋମିଟର ଆଗକୁ ଗଡି ଯାଇଥିଲା। ତେବେ ମାଳତୀପାଟପୁର ନିକଟରେ ଟ୍ରେନଟି ପହଞ୍ଚିଥିବା ବେଳେ ଖବର ପାଇ ପୁଣି ଟ୍ରେନଟି ଷ୍ଟେସନକୁ ଫେରିଥିଲା। କ୍ରମେ ବଗି ଗୁଡିକୁ ନେଇ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଟ୍ରେନଟି ଛାଡିଥିଲା ।

ଅପରପକ୍ଷରେ ଏହି ଅଘଟଣ ନେଇ ରେଳ ବିଭାଗ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ବାରମ୍ବାର ଏପରି ଅଘଟଣ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି ଘଟଣାର ତଦନ୍ତ କରିବା ନେଇ ସାଧାରଣରେ ଦାବି ହୋଇଛି।