ଇଭିଏମ୍ ଓ ଭିଭିପାଟ୍‌ : ତାଲିମ ନେଲେ ଜିଲ୍ଲାପାଳ

0
449
evm vvpat
evm vvpat
ଭୁବନେଶ୍ୱର : ଇଭିଏମ୍ ଓ ଭିଭିପାଟ୍ ମେସିନ୍‌ ସମ୍ବନ୍ଧରେ ଆଜି ଜିଲ୍ଲାପାଳଙ୍କୁ ତାଲିମ ଦିଆଯାଇଛି । ଜାତୀୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କୁ ଇଭିଏମ୍ ଓ ଭିଭିପାଟ୍ ମେସିନ୍‌ ସମ୍ବନ୍ଧରେ ତାଲିମ ପ୍ରଦାନ କରିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀ ଠାରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଜିଲ୍ଲାପାଳମାନଙ୍କର ଏକ ପ୍ରାଥମିକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଦୁଇ ଜଣ ଜାତୀୟ ନିର୍ବାଚନ ଆୟୋଗଙ୍କ ଅଧିକାରୀ,  ୨୭ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ଟି ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇଛନ୍ତି ।

ଜାତୀୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କୁ ଇଭିଏମ୍ ଓ ଭିଭିପାଟ୍ ମେସିନ୍‌ ସମ୍ବନ୍ଧରେ ତାଲିମ ପ୍ରଦାନ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପ୍ରଥମ ପର୍ୟ୍ୟାୟରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୦ଟି ଜିଲ୍ଲାର ଇଭିଏମ୍ ଏବଂ ଭିଭିପାଟ୍ ଯାଂଚ କରାଯିବ । ପରବର୍ତୀ ସମୟରେ ଅନ୍ୟାନ୍ୟ ଜିଲ୍ଲାର ଇଭିଏମ୍ ଓ ଭିଭିପାଟ୍ ଯାଂଚ କରାଯିବ ।

ଜିଲ୍ଲାପାଳ ଏବଂ ରାଜନୈତିକ ଦଳଙ୍କ ଉପସ୍ଥିତିରେ ଏହି ଯାଂଚ ପ୍ରକ୍ରିୟା ଦୁଇ ମାସ ଧରି ଚାଲିବ । ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାପାଳ ମାନେ ଯେଉଁ ତାଲିମ ନେଲେ ସେମାନେ ଅନୁରୂପ ଭାବେ ଜିଲ୍ଲାସ୍ତରରେ ଆଉ ଏକ କର୍ମଶାଳା କରି ନିର୍ବାଚନ ସହ ସଂଶ୍ଲିଷ୍ଟ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ଦେବେ ।ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେପୁର ବିଧାନସଭା ଉପ ନିର୍ବାଚନ ସମୟରେ ପ୍ରଥମ ଥର ପାଇଁ ଭିଭିପାଟ୍‌ ମେସିନ୍‌ର ବ୍ୟବହାର କରାଯାଇଥିଲା ।