ବନ୍ଦ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ୯କୁ ଘୁଞ୍ଚିଲା

0
365
utkal university
utkal university
ଭୁବନେଶ୍ୱର  : କଂଗ୍ରେସ ପକ୍ଷରୁ ହୋଇଥିବା ବନ୍ଦ କାରଣରୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପରୀକ୍ଷା ଗୁଡିକୁ ଆସନ୍ତା ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
କଂଗ୍ରେସ ପକ୍ଷରୁ ହୋଇଥିବା ୬ ଘଣ୍ଟିଆ ଚକାବନ୍ଦ ଡାକରାର ପ୍ରଭାବ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ଉପରେ ପଡିଥିବା ଦେଖାଯାଇଛି।  ଆଜି ସକାଳ ୮.୩୦ରୁ ମଧ୍ୟାହ୍ନ ୧୨.୩୦ ଯାଏଁ ହେବାକୁ ଥିବା ସମସ୍ତ ପରୀକ୍ଷା ୯ ତାରିଖ ସକାଳ ୮.୩୦ରୁ ମଧ୍ୟାହ୍ନ ୧୨.୩୦ ମଧ୍ୟରେ ଅନୁଷ୍ଠିତ ହେବ। ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି ହୋଇଛି। ବନ୍ଦ ଯୋଗୁଁ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ନହେବା ପାଇଁ ପରୀକ୍ଷା ଗୁଡିକୁ ଘୁଞ୍ଚାଇ ଦିଆଯାଇଛି ।

ଅପରପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଦ୍ୱୈତ ନଗରୀରେ ଦିଆଯାଇଥିବା ୬ ଘଣ୍ଟିଆ ଚକାଜାମ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ରୁ ୧୨ ଟା ପର୍ଯ୍ୟନ୍ତ ବାହନ ଚଳାଚଳ ବନ୍ଦ ରହିଛି। କଂଗ୍ରେସର ଏହି ଆନ୍ଦୋଳନର ପ୍ରଭାବ ଉଭୟ କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଦେଖିବାକୁ ମିଳିଛି। ଗାଡି ଚଳାଚଳ ପ୍ରଭାବିତ ହେବା ସହ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖାଦେଇଛି।  ପ୍ରଶାସନ ପକ୍ଷରୁ କୌଣସି ଅଘଟଣ ନହେବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।