ଅପରାଧ ନୁହେଁ ପରକୀୟା ପ୍ରୀତି : ସୁପ୍ରିମକୋର୍ଟ୍

0
351
extra marital affairs not crime
extra marital affairs not crime
ନୂଆଦିଲ୍ଲୀ : ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ୍।   ୫ଜଣିଆ ଖଣ୍ଡପୀଠ ଆଜି ଏନେଇ ଐତିହାସିକ ରାୟ ଶୁଣାଇଛନ୍ତି । ପତି କେବେହେଲେ ପତ୍ନୀର ମାଲିକ ହୋଇ ପାରିବ ନାହିଁ  ବୋଲି କହିଛନ୍ତି କୋର୍ଟ୍ ।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାହ ପରେ ଥିବା ସମ୍ପର୍କ ସହ ଜଡିତ ଆଇପିସି ଧାରା ୪୯୭କୁ ସୁପ୍ରିମକୋର୍ଟ୍ ଅସାମ୍ବିଧାନିକ ବୋଲି କହିଛନ୍ତି । ମୁଖ୍ୟ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କୌଣସୀ ପ୍ରକାରେ ମହିଳାଙ୍କ ବିରୋଧରେ ଅସମ୍ମାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଭାରତୀୟ ଗଣତନ୍ତ୍ରରେ ନିଜ ପର ମଧ୍ୟରେ ଥିବା ବିଭିନ୍ନତାକୁ କୋର୍ଟ୍ ନାପସନ୍ଦ କରିଛନ୍ତି ।

ଜଷ୍ଟିସ ଦୀପକ ମିଶ୍ର ନିଜ ତରଫରୁ ଜଷ୍ଟିସ୍ ଏମ ଖାନବିଲକରଙ୍କ ନିଷ୍ପତି ଶୁଣାଇଛନ୍ତି । ଯାହା ପରେ ଅନ୍ୟ ତିନିଜଣ ଜଜ୍ ଜଷ୍ଟିସ୍ ନରୀମନ, ଜଷ୍ଟିସ ଚନ୍ଦ୍ରଚୁଡ, ଜଷ୍ଟିସ ଇନ୍ଦୁ ମଲୋହତ୍ରା ଏହା ଉପରେ ମହମତି ପ୍ରକାଶ କରିଛନ୍ତି । ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳା ସହିତ ସଂପର୍କ ରଖନ୍ତି କିମ୍ବା କୌଣସି ବିବାହିତ ମହିଳା ଅନ୍ୟ କୌଣସି ଯୁବକଙ୍କ ସହିତ ସଂପର୍କ ସ୍ଥାପନ କରନ୍ତି ତେବେ ତାହା ଅପରାଧ ରୂପେ ବିବେଚନା କରାଯିବ ନାହିଁ।

ମୁଖ୍ୟ ନ୍ୟାୟାଧୀଶ କହିଛନ୍ତି କି, ଆଇପିସି ଧାରା ୪୯୭ ମହିଳାଙ୍କ ସମ୍ମାନ ବିରୋଧୀ । ମହିଳାଙ୍କୁ ସର୍ବଦା ସମାନ ଅଧିକାର ମିଳିବା ଆବଶ୍ୟକ । ସେମାନଙ୍କୁ ସମାଜରେ ନିଜ ଇଚ୍ଛା ମୁତାବକ ଭାବିବା ପାଇଁ ରୋକା ଯାଇ ପାରିବ ନାହିଁ । ସଂସଦରେ ମଧ୍ୟ ମହିଳାଙ୍କ ବିରୋଧରେ ହେଉଥିବା ଘରୋଇ ହିଂସା ପାଇଁ ଆଇନ ରହିଛି । ପତି କେବେହେଲେ ପତ୍ନୀର ମାଲିକ ହୋଇ ପାରିବ ନାହିଁ ।

ଜଷ୍ଟିସ୍ ଖାନବିଲକର କହିଛନ୍ତି କି, ଆଡଲ୍ଟରୀ ଅପରାଧ ନୁହେଁ । କିନ୍ତୁ ଏନେଇ ଯଦି ଆପଣଙ୍କ ସ୍ୱାମୀ ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଉଥିବା ମାମଲା ରୁଜୁ ହେବ । ଏହା ପରେ ସମସ୍ତ ଜଜ୍ ଏକ ମତ ହୋଇ ଏହି ଧାରାକୁ ଅସାମ୍ବିଧାନିକ କହିଛନ୍ତି ।