ଷ୍ଟେସନରୁ ୩ ଲକ୍ଷ ଟଙ୍କାର ଜାଲ୍ ନୋଟ ଜବତ

0
425
fake notes
fake notes
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ  ୩ ଲକ୍ଷ ଟଙ୍କାର ନକଲି ନୋଟ୍ ଧରା ପଡିଛି ।  ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇ ଜଣେ ବାଲାଂଦେଶୀ ନାଗରିକଙ୍କୁ ଅଟକ ରଖାଯାଇଛି ।
 ବାଲାଂଦେଶରୁ ବାଙ୍ଗାଲୋରକୁ ଟ୍ରେନ୍ ଯୋଗେ ୩ ଲକ୍ଷ ଟଙ୍କାର ନକଲି ନୋଟ୍ ଚୋରା ଚାଲାଣ ବେଳେ ହେଉଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଧରା ପଡିଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇ ଜଣେ ବାଲାଂଦେଶୀ ନାଗରିକଙ୍କୁ ଅଟକ ରଖାଯାଇଛି । ତାଙ୍କ ନିକଟରୁ ୧୫୦ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଉକ୍ତ ବ୍ୟକ୍ତିଙ୍କ ଠାରୁ ଜବତ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତି କାମାକ୍ଷା-ଯଶୋବନ୍ତ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ବାଲାଂଦେଶରୁ ବାଙ୍ଗାଲୋରକୁ ଉକ୍ତ ଟଙ୍କା ନେଉଥିବାର ଜଣାପଡିଛି ।