ଫିଫା ବିଶ୍ୱକପ୍: ବଞ୍ଚାଇଲେ ରୋନାଲଡୋ, ମ୍ୟାଚ ଡ୍ର

0
372
ronaldo
ronaldo

ମସ୍କୋ : ରୋନାଲଡୋ ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିପଦରୁ ବଞ୍ଚାଇଥିଲେ :  ଫଳରେ ଏହି ମ୍ୟାଚ ୩-୩ରେ ଡ୍ର ହୋଇଛି । ରୋନାଲଡୋ ନିଜର ଚମତ୍କାର କ୍ୟାରିୟର ପାଇଁ ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ଦଳ ବିଶ୍ୱକପ ଟ୍ରଫି ହାସଲ କରିବାକୁ ଆଶା ରଖିଛି ।

ଫିଫା ବିଶ୍ୱକପ ୨୦୧୮ରେ ‘ଗ୍ରୁପ-ବି’ର ସବୁଠାରୁ ଚର୍ଚ୍ଚିତ ମୁକାବିଲାରେ ପର୍ତ୍ତୁଗାଲ ଓ ସ୍ପେନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚ ୩-୩ରେ ଡ୍ର ହୋଇଛି । ମ୍ୟାଚ ସମୟରେ ଦର୍ଶକ କେବଳ ଖ୍ରୀଷ୍ଟିୟାନା ରୋନାଲଡୋଙ୍କ ଉପରେ ନଜର ରଖିଥିଲେ । ରୋନାଲଡୋ ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିପଦରୁ ବଞ୍ଚାଇଥିଲେ । ସ୍ପେନ ତରଫରୁ ଡିଏଗୋ କୋଷ୍ଟା ୨ଟି ଗୋଲ ଦେଇଥିବା ବେଳେ ନୈଚୋ ଗୋଟିଏ ଗୋଲ ଦେଇଥିଲେ ।

ରୋନାଲଡୋ ନିଜର ଚମତ୍କାର କ୍ୟାରିୟର ପାଇଁ ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ଦଳ ବିଶ୍ୱକପ ଟ୍ରଫି ହାସଲ କରିବାକୁ ଆଶା ରଖିଛି । ସେ ମ୍ୟାଚର ୪ର୍ଥ ମିନିଟରେ ପେନାଲଟି ଗୋଲ ଦେଇ ପର୍ତ୍ତୁଗାଲକୁ ୧-୦ ଆଗରେ ରଖିଥିଲେ । ପ୍ରଥମ ଗୋଲ ପରେ ସେ ଖୁସି ମନାଇଥିଲେ । ଏଥି ସହିତ ରୋନାଲଡୋ ବିଶ୍ୱକପ ଇତିହାସରେ ହ୍ୟାଟ୍ରିକ ଗୋଲ ଦେବାରେ ସର୍ବଶ୍ରେଷ୍ଠ ବୟସ୍କ ଖେଳାଳି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି ।

ବ୍ରାଜିଲରେ ଜନ୍ମ ନେଇଥିବା ୨୯ ବର୍ଷିଅ ଆଟଲାଣ୍ଟିକୋ ମ୍ୟାଡିଡ ୨୪ ମିନଟରେ ଗୋଲ ଦେଇ ସ୍ପେନକୁ ୧-୧ ସ୍ତରକୁ ଆଣିଥିଲେ । ସ୍ପେନର ଡିଫେଣ୍ଡର ବହୁ ଉଦ୍ୟମ କରି ରୋନାଲଡୋକୁ ଅଟକାଇବାକୁ ଚାହୁଁଥିଲେ କିନ୍ତୁ ୪୪ ମିନିଟରେ ପର୍ତ୍ତୁଗାଲ ୨-୧ରେ ଆଗୁଆ ପହଞ୍ଚି ଯାଇଥିଲା । ଡିଆଗୋ କୋଷ୍ଟା ୫୫ ମିନିଟରେ ଗୋଲ ଦେଇ ସ୍ପେନକୁ ୨-୨ରେ ପହଞ୍ଚାଇଥିଲେ । ରୋନାଲଡୋଙ୍କ ରିୟଲ ମାଦ୍ରିଦ ସାଥୀ ଖେଳାଳି ୫୮ ମିନିଟରେ ଗୋଲ ଦେଇ ସ୍ପେନକୁ ୩-୨ରେ ପହଞ୍ଚାଇଥିଲେ । ଶେଷରେ ରୋନାଲଡୋ ୮୮ ମିନିଟରେ ଗୋଲ ଦେବା ପରେ ମ୍ୟାଚ ୩-୩ରେ ଡ୍ର ହୋଇଥିଲା ।