ଫିଫା ବିଶ୍ୱକପ: ଡ୍ର ହେଲା ବ୍ରାଜିଲ-ସୁଇଜରଲାଣ୍ଡ ମ୍ୟାଚ

0
491
fifa : brazil-swizerland
fifa : brazil-swizerland

ରୋସ୍ତୋବ(ରୁଷିଆ) : ବ୍ରାଜିଲ-ସୁଇଜରଲାଣ୍ଡ ମ୍ୟାଚ ଡ୍ର ।  ରୋସ୍ତୋବ ଏରିନାରେ ଖେଳାଯାଇଥିବା ମ୍ୟାଚରେ ବ୍ରାଜିଲ ପାଇ ଫିଲିପ କେଟିହ୍ନା ଗୋଲ ଦେଇଥିବା ବେଳେ ସୁଇଜରଲାଣ୍ଡ ପାଇଁ ଜୁବେର ଗୋଲ ଦେଇ ଶେଷରେ ଖେଳ ୧-୧ରେ ଡ୍ର ହୋଇଥିଲା ।

ପାଞ୍ଚ ଥର ଚମ୍ପିଅନ ବ୍ରାଜିଲ ଚଳିତ ଫିଫା ବିଶ୍ୱକପର ନିଜର ପ୍ରଥମ ମୁକାବିଲାକୁ ସୁଇଜରଲାଣ୍ଡ ବିପକ୍ଷରେ ୧-୧ରେ ଶେଷ କରିଛି ।  ମ୍ୟାଚରେ ଗୋଲ କରିବାକୁ ବ୍ରାଜିଲ ପାଖରେ ପ୍ରଥମ ସୁଯୋଗ ଥିଲା । ବ୍ରାଜିଲ ୧୨ ମିନିଟରେ ଷ୍ଟାର ଫରୱାଡ ନେମାର ବକ୍ସ ବାହାରୁ ପଲହିନୋକୁ ବଲ ପାସ ଦେଇଥିଲେ କିନ୍ତୁ ତାଙ୍କ ପାଖକୁ ବଲ ଯାଇ ପାରି ନଥିଲା ଓ ସୁଇଜରଲାଣ୍ଡ ଗୋଲକିପର ୟାନ ସୋମେର ବଲକୁ ଧରିପକାଇଥିଲେ । ଫଳରେ ଏକ ଗୋଲ ଦେବାରୁ ବ୍ରାଜିଲ ବଞ୍ଚିତ ହୋଇଥିଲା ।

ଏହାର ୮ ମିନିଟ ପରେ ସ୍ପେନ କ୍ଲବ ଏଫସି ବାର୍ସିଲୋନାର ଖେଳୁଥିବା ମିଡଫିଲଡର କୋଟିହ୍ନା ବକ୍ସ ବାହାରୁ ଗୋଲ ଦେଇ ବ୍ରାଜିଲକୁ ୧-୦ରେ ଆଗକୁ ରଖିଥିଲେ । ଏହି ଗୋଲ ବଳରେ ବ୍ରାଜିଲର ଆତ୍ମବିଶ୍ୱାସ ବଢ଼ି ଯାଇଥିଲା ଓ ଟିମର ଖେଳାଳିମାନେ ଅଧିକ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।

ମ୍ୟାଚର ୩୧ତମ ମିିନିଟରେ ନେମାର ଭୁଲରେ ବଲ ସର୍ଟ ଖେଲିବାରୁ ସୁଇଜରଲାଣ୍ଡର ଅଧିନାୟକ ଷ୍ଟିଫେନ ଲିକଷ୍ଟାଇନରକୁ ହଳଦିଆ କାର୍ଡ ଦିଆଯାଇଥିଲା । ସୁଇଜରଲାଣ୍ଡର ଖେଳାଳିମାନେ ନେମାରଙ୍କୁ ପିଛା ଛାଡୁନଥିଲେ । ୨ୟ ହାଫରେ ବ୍ରାଜିଲ ପାଇଁ ଭଲ ନଥିଲା । ୫୦ତମ ମିନିଟରେ ସୁଇଜରଲାଣ୍ଡକୁ କର୍ଣ୍ଣର ମିଳିଥିଲା ଓ ଜୋରଦାନ ଶକିରୀଙ୍କ କିକ ବଳରେ ଏକ ଗୋଲ ହୋଇଥିଲା । ଫଳରେ ମ୍ୟାଚ ସମାନ ସ୍ତରରେ ପହଞ୍ଚି ଥିଲା । ପରେ ଆଉ କୌଣସି ଗୋଲ ହୋଇ ନଥିଲା । ଗ୍ରୁପ-ଇ ମୁକାବିଲାରେ ବ୍ରାଜିଲ ଶୁକ୍ରବାର କୋଷ୍ଟାରିକାକୁ ଭେଟିବ ଓ ସୁଇଜରଲାଣ୍ଡ ସହିତ ସର୍ବିଆର ଭେଟ ହେବ ।