ଫିଫା ବିଶ୍ୱକପ: ଆଜି ଉରୁଗୁଏ ଓ ଇଜିପ୍ଟ ମଧ୍ୟରେ ମୁକାବିଲା

0
470
fifa world cup
fifa world cup
ନୂଆଦିଲ୍ଲୀ :  ଉରୁଗୁଏ ଓ ଇଜପଟ ମଧ୍ୟରେ ଗ୍ରୁପ ‘ଏ’ ର ଆଜି ମୁକାବିଲା ହେବ । ବିଶ୍ୱର ତିନି ଶ୍ରେଷ୍ଠ ଫରୱାର୍ଡ ଲୁଇ ସ୍ୱାରେଜ, ଏଡିସନ କାଭାନି, ଓ ମହମ୍ମଦ ସାଲ୍ଲାଙ୍କୁ ଏହି ମ୍ୟାଚରେ ଦେଖିବାକୁ ମିଳିବ ।

 ଆଜି ଫିଫା ବିଶ୍ୱକପରେ ଏକିାରିନବର୍ଗରେ ଉରୁଗୁଏ ଓ ଇଜପଟ ମଧ୍ୟରେ ଗ୍ରୁପ ‘ଏ’ ର ମୁକାବିଲା ହେବ । ଏହି ଗ୍ରୁପରେ ଆୟୋଜକ ରୁଷିଆ ଓ ସାଉଦ ଆରବ ଥିଲେ ହିଁ ଊରୁଗୁଏ ଓ ଇଜିପ୍ଟ ହିଁ ଏହି ଏହି ଗ୍ରୁପରୁ ପ୍ରିକ୍ୱାର୍ଟର ଫାଇନାଲରେ ପହଂଚିବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉରୁଗୁଏ ମ୍ୟାଚର ବିଜେତା ହିଁ ଗ୍ରୁପ ବିଜେତା ହୋଇପାରନ୍ତି ।

ସେଥିପାଇଁ ଆଜିର ମ୍ୟାଚ ଗୁରତ୍ୱପୂର୍ଣ୍ଣ ହୋଇପାରିଛି । ବିଶ୍ୱର ତିନି ଶ୍ରେଷ୍ଠ ଫରୱାର୍ଡ ଲୁଇ ସ୍ୱାରେଜ, ଏଡିସନ କାଭାନି, ଓ ମହମ୍ମଦ ସାଲ୍ଲାଙ୍କୁ ଏହି ମ୍ୟାଚରେ ଦେଖିବାକୁ ମିଳିବ ।

ଗ୍ରୁପ ‘ଏ’ର ୪ଟି ଦଳ ମଧ୍ୟରୁ ଉରୁଗୁଏ ହେଉଛି ସବୁଠାରୁ ସଫଳ ଦଳ । ଏହା ୨ ଥର ବିଶ୍ୱକପ ଜିତି ସାରିଛି ଓ ,କ ଶକ୍ତିଶାଳୀ ଫୁଟୁବଲ ଦେଶ ଭାବେ ଏହାର ଖ୍ୟାତି ରହିଛି ।

୨୦୧୦ରେ ଉରୁଗୁଏ ସେମିଫାଇନାଲରେ ପରାସ୍ତ ହୋଇଥିଲା । ଲୁଇ ସ୍ୱାରେଜ ଓ ଏଡିସନ କାଭାନି ଉରୁଗୁଏ ଆକ୍ରମଣରେ ନେତୃତ୍ୱ ନେବ । ଯଦି ଉରୁଗୁଏ ଗ୍ରୁପ ଏ ର ଶୀର୍ଷରେ ନ ରୁହେ, ତେବେ ଏହାକୁ ବିପର୍ଯ୍ୟୟ ବୋଲି କୁହାଯିବ । ଗତ ୬ଟି ମ୍ୟାଚରୁ ଉରୁଗୁଏ ମାତ୍ର ଗୋଟିଏ ମ୍ୟାଚ ହାରିବାବେଳେ ୩ଟି ମ୍ୟାଚ ଜିତିଛି । ଜୋଗ୍ୟତା ରାଉଣ୍ଡରେ ଇଜିପ୍ଟ ୭୧ ପ୍ରତିଶତ ଗୋଲ ମହମ୍ମଦ ସାଲ୍ଲା ଦେଇଛନ୍ତି । ତେଣୁ ଉରୁଗୁଏକୁ ରୋକିବାକୁ ହେଲେ ସାଲ୍ଲାଙ୍କୁ ଗୋଲ ସ୍କୋର କରିବାକୁ ପଡିବ ।