ଏଥର ବଲିଉଡ ଡିସେମ୍ବରରେ ହିଁ ନିଜର ଅନେକ ବଡ଼ ଫିଲ୍ମ ରିଲିଜ୍ କରି ଆପଣଙ୍କୁ ମନୋରଞ୍ଜନର କରିବାର ଅନେକ ସୁଯୋଗ ଦେବ। ଶାହାରୁଖ ଖାନଙ୍କର ‘ଜିରୋ’, ରଣବୀର ସିଂହଙ୍କର ‘ସିମ୍ବା’ ଏବଂ ମଲ୍ଟି ଷ୍ଟାରର ଫିଲ୍ମ ‘ଟୋଟାଲ ଧମାଲ’ ପରେ ଏବେ ଅନୁପମ ଖୈରଙ୍କର ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ରିଲିଜ ଡେଟ୍ ଡିସେମ୍ବରରେ ଫାଇନାଲ ହୋଇସାରିଛି ।
ଫିଲ୍ମ ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି । ସବୁଠୁ ଆଶ୍ଚର୍ୟ୍ୟର ବିଷୟ ଏହା କି ଏହି ଫିଲ୍ମ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ରାଜନୈତିକ ଜୀବନ ଉପରେ ଆଧାରିତ । ଏହି ଫିଲ୍ମ ଶାହରୁଖ, ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ଜିରୋକୁ ଟକ୍କର ଦେବାକୁ ଯାଉଛି । ନିଜ ଟ୍ୱିଟର ଆକାଉଣ୍ଟରେ ଅନୁପମ ଫ୍ୟାନ୍ସ ମାନଙ୍କୁ ଏହାର ସୂଚନା ଦେଇଛନ୍ତି ।
ଶାହରୁଖ ଖାନ ଏବଂ ଅନୁପମ ଖୈର ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ସେମାନେ ଏକାଠି ବହୁତ ଫିଲ୍ମ ତିଆରି କତିଛନ୍ତି । ଯେମିତି କି କୁଛ କୁଛ ହୋତା ହେ, ମୋହବତ, ବୀର ଜରା, ଡର ଭଳି କେତେକ ବ୍ଲକବଷ୍ଟର ଫିଲ୍ମ । ଅନୁପମ ଖେରଙ୍କର ଏହି ଫିଲ୍ମ ସଞ୍ଜୟ ବରୁଆଙ୍କର ବହି ଉପରେ ଆଧାରିତ । ସଞ୍ଜୟ ବରୁଆ ମନମୋହନ ସିଂହଙ୍କର ମିଡିଆ ପରାମର୍ଶଦାତା ଥିଲେ ।
ଏହି ଫିଲ୍ମରେ ଅକ୍ଷୟ ଖନ୍ନା ବରୁଆଙ୍କର ଭୂମିକାରେ ନଜର ଆସିବା ବେଳେ ଦିବ୍ୟା ସେଠ ଶାହା ମନମୋହନଙ୍କର ପତ୍ନୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ କ୍ରିଏଟିଭ ଡାଇରେକ୍ଟର ହଂସଲ ମେହେତାଙ୍କ ସହ ବିଜୟ ରତ୍ନାକର ଗୁଟ୍ଟା ନିର୍ଦ୍ଦେଶନା ଦେଇଛନ୍ତି ।