ସିନେମା ଭଳି ଘଟଣା : ଘରକୁ ଫେରିଲେ ନିଖୋଜ ଯୁବକ

0
361
absonded youth returned
absonded youth returned

ଭୁୁବନେଶ୍ୱର  :  ପରିବାର ଲୋକଙ୍କ ବିଶ୍ୱାସ ଥିଲା ଯେ, ଜିତୁ ନିଶ୍ଚିତ ଭାବେ ଘରକୁ ଫେରି ଆସିବ । ସେଥିପାଇଁ ସେମାନେ ଅନ୍ତ୍ୟେଷ୍ଟି କ୍ରିୟା କରି ନଥିଲେ ।  ନିଖୋଜର ୧୯ ମାସ ପରେ  ଜିତୁ ଘରକୁ ଫେରିଛନ୍ତି । ବରଗଡ଼ ଜିଲ୍ଲାର ପାଇକମାଳ ଅଂଚଳରେ ଘଟିଥିବା ସିନେମା ଭଳି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି ।

କଲେଜ ପଢୁଆ ପୁଅ ଘରକୁ ଫେରିଥିବାରୁ ପରିବାରକୁ ପୁଣିଥରେ ହସଖୁସି ଲେଉଟିଛି । ପାଇକମାଳ ଥାନା ଅନ୍ତର୍ଗତ ଭେଙ୍ଗରାଜପୁର ପଂଚାୟତ ଅଧୀନ ମାଝିପାଲି ଗାଁର ମନୋରଂଜନ ଡନସନାଙ୍କ ପୁଅ ଜିତୁ ପଦ୍ମପୁରସ୍ଥିତ ତ୍ରିପାଠୀ ଚାମ୍ବରରେ ରହି ପାଠ ପଢୁଥିଲେ । ଶରୀର ଅସୁସ୍ଥ ହେବାରୁ ସେ ୨୦୦୬ ଡିସେମ୍ବର ୭ରେ ବରଗଡ଼ ଯାଇଥିଲେ । ସେଦିନ ଡାକ୍ତର ନଥିବାରୁ ପୁଣି ପଦ୍ମପୁର ଫେରି ଆସୁଥିଲେ । ବାଟରେ ୨ଜଣ ଯୁବକ ତାଙ୍କୁ ଜିରା ନଦୀ ନିକଟରେ ମାଡ଼ ମାରି ୨ଟି ମୋବାଇଲ ଓ ୨୦୦୦ ଟଙ୍କା ଲୁଟି ପଳାଇଥିଲେ । ସେ ମରିଗଲା ଭାବି ଜିତୁଙ୍କୁ ଜିରା ନଦୀ ବାଲିପଠାରେ ପକାଇ ଦେଇ ପଳାଇଥିଲେ । ଏନେଇ ପରିବାର ପକ୍ଷରୁ ୧୮ ଦିନ ପରେ ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଜିତୁଙ୍କ କୌଣସି ପତ୍ତା ପାଇ ନଥିଲଶ । ବହୁ ଦିନ ପର୍ଯ୍ୟନ୍ତ ପୁଅ ନମିଳବାରୁ ଜିତୁଙ୍କ ବାପା ହାଇକୋର୍ଟରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୨୦୧୭ ଅକ୍ଟୋବର ୨୨ରେ ହଲୁ ଗୁଲା(୨୨) ଓ ରାଘବ ନାୟକ(୨୨)ଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଲୁଟ ମୋବାଇଲ ବି ଜବତ ହୋଇଥିଲା । ପରିବାର ଲୋକଙ୍କ ବିଶ୍ୱାସ ଥିଲା ଯେ, ଜିତୁ ନିଶ୍ଚିତ ଭାବେ ଘରକୁ ଫେରି ଆସିବ । ସେଥିପାଇଁ ସେମାନେ ଅନ୍ତ୍ୟେଷ୍ଟି କ୍ରିୟା କରି ନଥିଲେ ।