ଭୁବନେଶ୍ୱର : ଆର୍ଥିକ ଠକେଇ ବ୍ୟାପକ ହେଉଥିବା ବେଳେ ଆର୍ଥିକ ସାକ୍ଷରତା କରାଯିବା ଜରୁରୀ ହୋଇପଡ଼ିଛି । ଏଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପଢାଯିବ ଆର୍ଥିକ ସାକ୍ଷରତାର ପାଠ ।
ଆସନ୍ତା ଶିକ୍ଷାବର୍ଷ ଠାରୁ ସିବିଏସଇ ଛାତ୍ରଛାତ୍ରୀଙ୍କ ଠାରୁ ଏହା ଆରମ୍ଭ ହେବ । ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁହେବ । ଏଥିପାଇଁ ଆର୍ଥିକ ଶିକ୍ଷା ୱାର୍କବୁକ୍ ପ୍ରସ୍ତୁତ କରାଯାଇଛି ବୋଲି ଭାରତୀୟ ରିଜଭବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି ।ରିଜର୍ଭ ବ୍ୟାଙ୍କର ଆଂଚଳିକ କାର୍ଯ୍ୟାଳୟ ଗୁଡ଼ିକ ରାଜ୍ୟ ଶିକ୍ଷା ବୋର୍ଡ଼ ସହିତ ମିଶି ସେମାନଙ୍କ ପାଠ୍ୟକ୍ରମରେ ଆର୍ଥିକ ସାକ୍ଷରତା ସାମିଲ ପାଇଁ ବିଚାର ବିମର୍ଷ କରୁଛନ୍ତି । ତେବେ ଏହା ଏକ ଅତିରିକ୍ତ ବିଷୟ ହେବନାହିଁ । ପଢୁଥିବା ପୁସ୍ତକରେ ଏହାକୁ ସାମିଲ କରାଯିବ ।
ଜୁନ୍ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ ହେଉଥିବା ଅବସରରେ ଏହା ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଏମ କେ ମଲ୍ଲ କହିଛନ୍ତି ଯେ ଆର୍ଥିକ ଠକେଇ ବ୍ୟାପକ ହେଉଥିବା ବେଳେ ଆର୍ଥିକ ସାକ୍ଷରତା କରାଯିବା ଜରୁରୀ ହୋଇପଡ଼ିଛି ।