ଟ୍ରେନରେ ଅଗ୍ନିକାଣ୍ଡ : ଯାତ୍ରୀ ସୁରକ୍ଷିତ

0
305
fire in bhubaneswar-kendujhar fast passenger train
fire in bhubaneswar-kendujhar fast passenger train
କେନ୍ଦୁଝର : କେନ୍ଦୁଝର-ଭୁବନେଶ୍ୱର ପାଷ୍ଟ ପାସେଂଜର ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବା ସହିତ ବଗି ଓ ଇଂଜିନ୍‌କୁ ଅଲଗା କରାଯାଇଛି ।

କେନ୍ଦୁଝର ତିଲିକିଧରା ଷ୍ଟେସନ୍‌ ନିକଟରେ କେନ୍ଦୁଝର-ଭୁବନେଶ୍ୱର ପାଷ୍ଟ ପାସେଂଜର ଟ୍ରେନରେ   ଅଗ୍ନିକାଣ୍ଡ ହୋଇଛି । ଟ୍ରେନର ଇଂଜିନ ପଛରେ ଥିବା ଲଗେଜ ବଗିରେ ନିଆଁ ଲାଗିଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବା ସହିତ ବଗି ଓ ଇଂଜିନ୍‌କୁ ଅଲଗା କରାଯାଇଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସକାଳୁ କେନ୍ଦୁଝରଗଡ଼ରୁ ଭୁବନେଶ୍ୱର ପାସେଞ୍ଜେର ଟ୍ରେନ ଯାଉଥିବା ସମୟରେ ତିଲିକିଧରା ଷ୍ଟେସନ୍ ନିକଟରେ ଏକ ବଗିରୁ ନିଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଷ୍ଟେସନ ମାଷ୍ଟର ଟ୍ରେନଟିକୁ ରଖି ପାସେଞ୍ଜେର ବଗିକୁ ଅଲଗା କରିଦେଇଥିଲେ । ପରେ ଦମକଳ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନରେ ସିଆର୍‌ପିଏଫ୍‌ର ଜିନିଷ ଭର୍ତ୍ତି ବଗିକୁ ଇଞ୍ଜିନ ପଛପଟେ ଯୋଡ଼ି ନିଆଯାଉଥିଲା । ସେହି ବଗିରେ ନିଆଁ ଲାଗିଥିବା ରେଳ ବିଭାଗ ପାଖରୁ ଜଣାପଡିଛି । ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବାବେଳେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିନ୍ତୁ ଅଗ୍ନିକାଣ୍ଡକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଛି । ନିଆଁ ଲାଗିବାର କାରଣ ଜଣା ପଡ଼ି ନ ଥିବାବେଳେ ରେଳ ବିଭାଗ କର୍ତ୍ତୁପକ୍ଷଙ୍କ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି ।