ଦୁର୍ଘଟଣା : ୫ ମୃତ

0
429
accident
accident
ସୁନ୍ଦରଗଡ଼ :  ଦୋକାନ ଉପରେ ଟ୍ରକ୍‌ ମାଡ଼ି ଯିବାରୁ ୩ ଜଣଙ୍କର ଜୀବନ ଚାଲି ଯାଇଛି । ନୂଆପଡ଼ାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

 ଆଜି ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରେ ଏକ ଜୁସ୍‌ ଦୋକାନ ଉପରେ ଟ୍ରକ୍‌ ମାଡ଼ି ଯିବାରୁ ୩ ଜଣଙ୍କର ଜୀବନ ଚାଲି ଯାଇଥିବାବେଳେ ନୂଆପଡ଼ାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।  ସୁନ୍ଦରଗଡ଼ କୁତ୍ରାରେ ଏକ ଜୁସ୍‌ ଦୋକାନ ଉପରେ ଭାରସାମ୍ୟ ହରାଇ ଏକ ଥଣ୍ଡା ପାନୀୟ ଭର୍ତ୍ତି ଟ୍ରକ୍‌ ମାଡ଼ିଯାଇଥିଲା । ଫଳରେ ଦୋକାନ ଭିତରେ ତିନି ଜଣ ଶୋଇଥିବା ବେଳେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟଜଣଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଉଥିବାବେଳେ ପ୍ରାଣ ହରାଇଥିଲେ । ମୃତକମାନେ ହେଲେ ବିଜୟ ସୋରିଆ , ଦିଲେଦାର ସୋନାକାର ଓ ଉଦର ସୋନାକାର । ସମସ୍ତଙ୍କ ଘର ଉତ୍ତର ପ୍ରଦେଶରେ । ତିନି ଜଣ ସୁନ୍ଦରଗଡ଼ରେ ଫଳରସ ଦୋକାନ କରି ବ୍ୟବସାୟ କରୁଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାରେ କୁତ୍ରା ଥାନା ପୋଲିସ ତଦନ୍ତ କରୁଥିବା ବେଳେ ମ୍ରୁତକଙ୍କ ପରିବାରଙ୍କୁ ଘଟଣା ସମ୍ପର୍କରେ ଖବର ଦିଆଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ନୂଆପଡ଼ା ଖୁଟବନଭେରାରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।