ତହସିଲଦାରଙ୍କ କାର୍‌ରୁ ବାହାରିଲା ୫ ଲକ୍ଷ ଟଙ୍କା

0
312
vigilance
vigilance

ରାଉରକେଲା : ତହସିଲଦାର ବିଜୟ କୁମାର ବେହେରାଙ୍କ କାର୍‌ରୁ ବାହାରିଲା ୫ ଲକ୍ଷ ଟଙ୍କା।  ତହସିଲଦାରଙ୍କୁ ଗିରଫ କରାଯାଇଛି। ଏତେ ପରିମାଣର ନଗଦ ଟଙ୍କା ନେଇ ଉଭୟ କୁଆଡେ ଯାଉଥିଲେ ସେନେଇ ଭିଜିଲାନ୍ସ ବିଭାଗ ଖୋଲତାଡ଼ କରୁଛି।

ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ତହସିଲଦାର ବିଜୟ କୁମାର ବେହେରାଙ୍କୁ କଟକ ଭିଜିଲାନ୍ସ ସେଲ୍‌ ଗିରଫ କରିଛି। ଗତକାଲି ସେ ଏକ କାର୍‌ରେ ତାଙ୍କ ଘର ଛତ୍ରପୁର ଯାଉଥିବା ବେଳେ ପାଲଲହଡା ଠାରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଅଟକାଇଥିଲେ। ତାଙ୍କ ନିକଟରୁ ନଗଦ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରାଯାଇଥିଲା। ଏଥିସହ ତାଙ୍କ ସାଙ୍ଗରେ ଥିବା ଲାଠିକଟା ତହସିଲର ପୂର୍ବତନ ରାଜସ୍ୱ ସୁପରଭାଇଜର ପ୍ରମୋଦ କୁମାର ବେଉରାଙ୍କ ଠାରୁ ମଧ୍ୟ ୧ ଲକ୍ଷ ୯୮ ହଜାର ଟଙ୍କା ଜବତ ହୋଇଛି।

ତହସିଲଦାରଙ୍କ ଛତ୍ରପୁର ସ୍ଥିତ ନିଜ ଘର,ଶ୍ୱଶୁର ଘର, ଲାଠିକଟା ସ୍ଥିତ କାର୍ଯ୍ୟାଳୟ,ସରକାରୀ କ୍ୱାର୍ଟର୍ସ ଏବଂ ଅବସରପ୍ରାପ୍ତ ରାଜସ୍ୱ ସୁପ୍ରଭାଇଜର ପ୍ରମୋଦଙ୍କ କୁଅଁରମୁଣ୍ଡା ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରଯାଇଛି। ତେବେ ଲାଠିକଟା ତହସିଲଦର ବିଜୟ ବେହେରାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ଥିବା ପ୍ରମୋଦଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ । ଏତେ ପରିମାଣର ନଗଦ ଟଙ୍କା ନେଇ ଉଭୟ କୁଆଡେ ଯାଉଥିଲେ ସେନେଇ ଭିଜିଲାନ୍ସ ବିଭାଗ ଖୋଲତାଡ଼ କରୁଛି।