ସେନାର ଏନକାଉଂଟର, ୫ ଆତଙ୍କବାଦୀ ମୃତ

0
366
army
army

ଜମ୍ମୁ : ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଛି । ପରେ କୁମ୍ବିଂ ଅପରେସନ କରାଯାଉଛି  । ଯେଉଁଥିରେ ଆତଙ୍କବାଦୀଙ୍କୁ ସଫା କରିବାରେ ସେନା ସଫଳ ହେଉଥିବା ଜଣାପଡିଛି । ସେନା ଗୁଳିରେ ୫ଜଣ ଆତଙ୍କବାଦୀ ମୃତ୍ୟୁ  ବରଣ କରିଛନ୍ତି ।

 ଆତଙ୍କବାଦୀଙ୍କୁ ସାବାଡ କରୁଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀରରେ ପୁଣିଥରେ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି  । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ସହ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ବାରାମୂଳା ଅଂଚଳରେ ଏହି ଗୁଳିକାଣ୍ଡ ଘଟିଛି । ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସେନା ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ପରେ ଯବାନମାନେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଘେରି ଯାଇଥିଲେ । ଏହା ଦେଖିବା ପରେ ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ।

ଫଳରେ ଜଣେ ଯବାନ ଆହତ ହୋଇଥିଲେ । ପରେ ସେନା ପକ୍ଷରୁ ପାଲଟା ଗୁଳି ଚାଳନାରେ ପାଂଚ ଆତଙ୍କୀ ନିହତ ହୋଇଛନ୍ତି । ଏହି ଏନକାଉଂଟର ପୂର୍ବରୁ ସେନା ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରିଥିଲା ।