ଏନଏଚର ତ୍ରୁଟି ପାଇଁ ରାଜଧାନୀରେ ବନ୍ୟା ପରିସ୍ଥିତି : ଗଡକରୀଙ୍କୁ ଚିଠି ଲେଖିଲେ ନବୀନ

0
252
naveen
naveen

ଭୁବନେଶ୍ୱର : ଜାତୀୟ ରାଜପଥ(ଏନଏଚ)ର ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ପାଇଁ ବର୍ଷା ସମୟରେ ରାଜଧାନୀ ଭୁବନେଶ୍ୱରରେ ସୃଷ୍ଟି ହେଉଛି ବନ୍ୟା ପରିସ୍ଥିତି । ବାରମ୍ବାର ଏନଏଚ କର୍ତୃପକ୍ଷଙ୍କୁ କହିବା ପରେ ମଧ୍ୟ ତ୍ରୁଟି ସୁଧାର ହେଉନାହିଁ । ଏହାର ସମାଧାନ ପାଇଁ କେନ୍ଦ୍ର ସଡକ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତାଙ୍କ ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଇସ୍କନ ମନ୍ଦିର ନିକଟରେ ଏନଏଚ-୧୬ର ଉଚ୍ଚ ରାସ୍ତା ନିର୍ମାଣ କରାଯାଇଛି । ମାତ୍ର ଜଳ ନିସ୍କାସନ ପାଇଁ ଆବଶ୍ୟକ ସଂଖ୍ୟକ ଡ୍ରେନଜ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ବର୍ଷା ସମୟରେ ୩ ଫୁଟ ଉଚ୍ଚର ପାଣି ରାସ୍ତାରେ ଜମି ଯାଉଛି । ଯାହାଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ସେହିପରି ଜୟଦେବ ବିହାର, ବାଣୀବିହାର, ରସୁଲଗଡ, ପାହାଳ ନିକଟରେ ଏନଏଚର ତ୍ରୁଟି ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏସବୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।