୨ ମାସରେ ଲୋକାୟୁକ୍ତ ଗଠନ କର : ସୁପ୍ରିମକୋର୍ଟ

0
350
sc
sc
ନୂଆଦିଲ୍ଲୀ : ଲୋକାୟୁକ୍ତ ଗଠନ ପାଇଁ ସରକାରଙ୍କୁ ୨ ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଲୋକାୟୁକ୍ତ ନେଇ ଗେଜେଟ ନୋଟିଫିକେସନ ବିଷୟରେ ଏହି ସତ୍ୟପାଠରେ ଦର୍ଶାଯାଇଛି ।  ଓଡିଶା ପକ୍ଷରୁ ସତ୍ୟପାଠ ଦାଖଲ ପରେ ସୁପ୍ରିମକୋର୍ଟ ଲୋକାୟୁକ୍ତ ଗଠନ ପାଇଁ ସରକାରଙ୍କୁ ୨ ମାସ ସମୟ ଦେଇଛନ୍ତି। ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ପ୍ରକାଶ ଯେ, ୨୦୧୪ ଫେବୃଆରୀ ୧୪ରେ ବିଧାନସଭାରେ ସମଗ୍ର ଦେଶରେ ପ୍ରଥମ କରି ଲୋକାଯୁକ୍ତ ବିଲ ପାରିତ ହୋଇଥିବା ବେଳେ ସେହି ବର୍ଷ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା । ଜୁଲାଇ ୭ରୁ ସାରା ଦେଶରେ ଲୋକାଯୁକ୍ତ ଆଇନ କାର୍ଯ୍ୟକାରୀ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଓଡ଼ିଶାରେ କାର୍ଯ୍ୟକାରୀ ହୋଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାର ସ୍ଥିର କରିଥିଲେ ଓଡ଼ିଶା ସରକାର ।

ତେବେ ସୁପ୍ରିମକୋର୍ଟଙ୍କ ନୋଟିସ ପରେ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ । ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ମଧ୍ୟ ଗଠନ ହେବ । ଯେଉଁଥିରେ ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରହିବେ । ଏହି ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିସ କରିବେ । ପରେ ରାଜ୍ୟପାଳ ମହାମହିମ ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେବେ । ପୁଣି ଚୟନ କମିଟି ଏକ ପାଞ୍ଚ ଜଣିଆ ସର୍ଚ୍ଚ କମିଟି ବାଛିବେ ।

ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିରେ କେଉଁ କେଉଁ ଅଭଯୋଗ ବିଚାର ପାଇଁ ସୁପାରିସ କରିବେ । ଲୋକାୟୁକ୍ତ ବିଲ ପାରିତ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇଥିବା ଦାବି କରିଥିଲା । ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ମଧ୍ୟ କରିଥିଲେ । ତେବେ ଏତେଦିନ ଧରି ରାଜ୍ୟ ସରକାର ତାହାର ବିଜ୍ଞପ୍ତି ପ୍ରକାଶ କରିନଥିଲେ କି ଲୋକାୟୁକ୍ତ ନିଯୁକ୍ତି କରିନଥିଲେ । ଯାହାକୁ ନେଇ ବିରୋଧୀଦଳ ମାନେ ରାଜ୍ୟ ସରକାରଙ୍କୁ ସଦାବେଳେ ଟାର୍ଗେଟ କରୁଥିଲେ । ଏପରିକି ଗତ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରି ସହ ବାରମ୍ବାର ଗୃହ ଅଚଳ କରିଥିଲେ ।